fbpx

ଗୁଟଖା ଯୋଗୁଁ ବାହାଘର ଭାଙ୍ଗିଲା କନ୍ୟା : ଶିଶୁପାଳ ହେଲା ବର, ଜାଣନ୍ତୁ ପୁରା କାହାଣୀ

ଲଖନଉ: ଉତ୍ତରପ୍ରଦେଶର ପ୍ରତାପଗଡରେ ଜଣେ ବର ମଦନିଶାରେ ଆସିବାରୁ କନ୍ୟା ବାହାଘର ପାଇଁ ମନା କରିବା ପରେ ୟୁପିର ବାଲିଆ ଜିଲ୍ଲାରେ ପୁଣି ଜଣେ କନ୍ୟା ବରକୁ ବାହାହେବାକୁ ସିଧାସଳଖ ମନା କରିଥିବା ଘଟଣା ସାମ୍ନାକୁ ଆସିଛି । ଖବର ମିଳିଛି ଯେ, ବର ଯେତେବେଳେ ବରଯାତ୍ରୀ ଧରି ପହଞ୍ଚିଥିଲା, ସେବେ ସେ ଗୁଟଖା ଚୋବାଉଥିଲା । ଏହାକୁ ଦେଖି କନ୍ୟା ଜଣକ ବାହାଘର ଭାଙ୍ଗିବା ସହ ବରଯାତ୍ରୀଙ୍କୁ ଫେରାଇଦେଇଥିଲେ ।

ତେବେ ମନିଆରା ଥାନା ଅଧିକାରୀ ଶୈଳେନ୍ଦ୍ର ସିଂହ କହିଛନ୍ତି ଯେ, ମିଶ୍ରାଳୀ ଗାଁରେ ରହୁଥିବା ଜଣେ ଯୁବତୀଙ୍କ ସହ ଖେଜୁରୀ ଗାଁର ବାସିନ୍ଦା ଜଣେ ଯୁବକଙ୍କ ବାହାଘର ୫ ଜୁନରେ ହେବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ବର ଯେତେତେଳେ ବରଯାତ୍ରୀ ଧରି ପହଞ୍ଚିଥଲା, ସେବେ ସେ ଗୁଟଖା ଚୋବାଉଥିବା କନ୍ୟା ଦେଖିବାକୁ ପାଇଥିଲେ । ଫଳରେ ସେ ବାହାଘରକୁ ମନା କରିବା ସହ ବରଯାତ୍ରୀଙ୍କୁ ଫେରାଇଦେଇଥିଲେ । ଯେତେବେଳେ କନ୍ୟା ବିହାଘର ପାଇଁ ମନା କରିଦେଇଥିଲେ, ସେବେ ଉଭୟ ପକ୍ଷର ପରିବାର ସଦସ୍ୟ ତାଙ୍କୁ ବୁଝାଇବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ସେ ନିଜ ଜିଦରେ ଅଟଳ ରହିଥିଲେ ଓ କହିଥିଲେ ଯେ, ଯିଏ ଗୁଟଖା ଖାଉଛି ମୁଁ କେବେବି ତା ସହ ବାହା ହେବିନି । ଅନେକ ବୁଝାସୁଝା ପରେ କନ୍ୟା ଜଣକ ନ ମାନିବାରୁ ଶେଷରେ ବରଯାତ୍ରୀ ସାଙ୍ଗରେ ଶିଶୁପାଳ ହୋଇ ଫେରିଗଲା ବର ।

Get real time updates directly on you device, subscribe now.