fbpx

ନିଜ ବିବାହରେ ସାମରିକ କଳା ପ୍ରଦର୍ଶନ କଲେ ଯୁବତୀ

ନୂଆଦିଲ୍ଲୀ: ବିବାହ ସମୟରେ ଆସିଥିବା ଅତଥିଙ୍କୁ ବିଭିନ୍ନ ଢ଼ଙ୍ଗରେ ସ୍ୱାଗତ କରାଯିବା କଥା ଆପଣ ଶୁଣିଥିବେ । ବର୍ତ୍ତମାନ ଏଭଳି ଏକ ବିବାହ ସ୍ୱାଗତକୁ ନେଇ ଚର୍ଚ୍ଚା ହେଉଛି । ତାମିଲନାଡୁର ଜଣେ କନ୍ୟା ମାର୍ସଲ ଆର୍ଟ୍ସ ପ୍ରଦର୍ଶନ କରି ନିଜ ବାହାଘରକୁ ଆସିଥିବା ଅତିଥିଙ୍କୁ ସ୍ୱାଗତ କରିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଏହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହେଉଛି ।

ଘଟଣା ଅନୁଯାୟୀ ତାମିଲନାଡୁର ଥିରୁକୋଲରର ୨୨ ବର୍ଷୀୟ ନିଶା ନିଜ ବାହାଘରକୁ ଆସିଥିବା ଅତିଥିଙ୍କର ଏକ ଭିନ୍ନ ଢ଼ଙ୍ଗରେ ସ୍ୱାଗତ କରିଛନ୍ତି । ସେ ତାଙ୍କ ବାହାଘରେ ଆସିଥିବା ଅତିଥିଙ୍କୁ ସାମରିକ କଳା ପ୍ରଦର୍ଶନ କରି ସ୍ୱାଗତ କରିଥିଲେ । ସେ ତାଙ୍କ ହାତରେ ଏକ ବାଉଁଶ ଧରି ତାମିଲନାଡୁର ପାରମ୍ପରିକ ସିଲମ୍ବମ କଳା ପ୍ରଦର୍ଶନ କରିଥିଲେ । ସେ ଏହି କଳା ପ୍ରଦର୍ଶନ କରି ସଚେତନ କରାଇଥିଲେ ଯେ ଏହି କଳା ଦ୍ୱାରା ଜଣେ ଝିଅ ସୁସ୍ଥ ରହିବା ସହ ନିିଜକୁ ସୁରକ୍ଷା ମଧ୍ୟ ଦେଇପାରିବ ।

ନିଶାଙ୍କର ଏପରି କଳା ପ୍ରଦର୍ଶନ ଦେଖି ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ଏତେ ସହଜରେ ଏହି କଳା ପ୍ରଦର୍ଶନ କରୁଥିବା ଦେଖି ତାଙ୍କର ପ୍ରଶଂସା କରିଥିଲେ । ଭବିଷ୍ୟତରେ ପୋଲିସ ଅଫିସର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ସେ ତାଙ୍କ ମା’ଙ୍କ ଠାରୁ ଏହି କଳା ଶିଖିଛନ୍ତି ଏବଂ ତାଙ୍କ ପରିବାର ମଧ୍ୟ ଏଥିପାଇଁ ତାଙ୍କୁ ଉତ୍ସାହିତ କରିଛନ୍ତି । ନିଶାଙ୍କ ପତି ରାଜକୁମାର ମଧ୍ୟ ଏନେଇ ତାଙ୍କୁ ଉତ୍ସାହିତ କରିଛନ୍ତି । ସେ କହିଛନ୍ତି ଏହି କଳା ବିଷୟରେ ସମସ୍ତେ ସଚେତନ ହେବା ସହ ଏହାକୁ ଶିଖିବା ପାଇଁ ଚେଷ୍ଟା କରିବା ଉଚିତ୍ ।

Get real time updates directly on you device, subscribe now.