fbpx

୧ କି ୨ ନୁହେଁ, ୧୦୦ କିଲୋର ଲେହେଙ୍ଗା ପିନ୍ଧି ଷ୍ଟେଜରେ ପହଞ୍ଚିଲେ କନ୍ୟା

Advertisement

ବାହାଘର ଝିଅମାନଙ୍କ ପାଇଁ ବହୁତ ଖାସ୍ ହୋଇଥାଏ । ସେଥିପାଇଁ ତ ସେମାନେ ବାହାଘରକୁ କିଛି ନିଆରା କରିବା ପାଇଁ କିଛି ମାସ ପୂର୍ବରୁ ହିଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି । ଖାସ୍ କରି ସେମାନେ ନିଜର ବାହାଘରର ପୋଷାକ ମାସେ ପୂର୍ବରୁ ପ୍ରସ୍ତୁତ କରିଥାନ୍ତି, ଯେପରି ପରେ କିଛି ସମସ୍ୟା ନ ଉପୁଜେ ।

ସେହିଭଳି ନିକଟରେ ଜଣେ କନ୍ୟାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଭାରୀ ଲେହେଙ୍ଗା ପିନ୍ଧିଛନ୍ତି । ଲେହେଙ୍ଗା ଭାଇରାଲ ହେବାର ସବୁଠୁ ବଡ କାରଣ ହେଉଛି ଏହାର ଡିଜାଇନ୍, ଯାହାକି ଅନେକ ଫୁଟ ଲମ୍ବା ଥିଲା । ଲେହେଙ୍ଗାର ଓଜନ ୧ କି ୨ ନୁହେଁ, ବରଂ ୧୦୦ କିଲୋଗ୍ରାମର ବୋଲି ଜଣାପଡିଛି । ୧୦୦ କିଲୋର ଲେହେଙ୍ଗା ପିନ୍ଧି କନ୍ୟା ଜଣକ ଷ୍ଟେଜରେ ପହଞ୍ଚିଥିବା ବେଳେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ଏଭଳି ଘଟଣା ପାକିସ୍ତାନରେ ଘଟିଥିବା ସୂଚନା ମିଳିଛି । ତେବେ ଆସନ୍ତୁ ଦେଖିବା ସେହି ଭାଇରାଲ ଲେହେଙ୍ଗାର କିଛିଟା ଦୃଶ୍ୟ..

Get real time updates directly on you device, subscribe now.