fbpx

ନା ଘୋଡ଼ା, ନା ଗାଡ଼ି; ବିବାହ କରିବା ପାଇଁ ଜେସିବି ନେଇ ପହଞ୍ଚିଲେ ବର, ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବର୍ତ୍ତମାନ ବିବାହର ଋତୁ ଚାଲିଛି । ଲୋକମାନେ ବିବାହ ପାଇଁ ଦୂର ଦୂରରୂ ବରଯାତ୍ରୀ ଧରି ଆସୁଛନ୍ତି । ତେବେ ଏହା ଭିତରେ ଏକ ଆଶ୍ଚର୍ଯ୍ୟ କରିବା ପରି ଦୃଶ୍ୟ ସାମନାକୁ ଆସିଛି । ଯେଉଁଥିରେ ତୁଷାରପାତ ବରଯାତ୍ରୀରେ ବାଧା ସୃଷ୍ଟି କରୁଥିଲା । ତୁଷାରପାତ ଯୋଗୁୁଁ କାର୍ ଗାଡ଼ି ଇତ୍ୟାଦି ଯା ଆସ କରିପାରେ ବାଧା ଉପୁଜିଥିଲା । ହେଲେ ବାହାଘର ଥିବାରୁ ବର ଏକ ଜେସିବି ଗାଡ଼ି ଧରି କନ୍ୟା ଘରେ ପହଞ୍ଚିଥିଲେ । ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଜେସିବି ଧରି କନ୍ୟା ଘରକୁ ଆସିବା ପାଇଁ ପରିସ୍ଥିତି ବାଧ୍ୟ କରିଥିଲା । ତେବେ ଏହି ଘଟଣା ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଛି । ବର୍ତ୍ତମାନ ଶୀତ ଋତୁ ଜାରି ରହିଥିବାରୁ ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ଲାଗି ରହିଛି । ତେଣୁ ରାସ୍ତାରେ ଗାଡ଼ି ଯିବା ଆସିବା କରିପାରୁନାହିଁ । ରାସ୍ତା ଗୁଡ଼ିକ ବରଫ କାରଣରୁ ବନ୍ଦ ରହିଛି । ରବିବାର ଦିନ ଏହି ବାହାଘରଜ ହିମାଚଳ ପ୍ରଦେଶର ଗିରିପାର୍ ଅଞ୍ଚଳର ସଙ୍ଗରାହ ଗାଁରେ ହୋଇଥିଲା ।

ବରଯାତ୍ରୀ ବାହାରିବା ବେଳକୁ ତୁଷାର ପାତ କାରଣରୁ ବାଧା ସୃଷ୍ଟି ହୋଇଥିଲା । ତେଣୁ ଝିଅ ଘରେ ପହଞ୍ଚିବା ଅସମ୍ଭବ ପରିଲକ୍ଷିତ ହୋଇଥିଲା । ଏହି କାରଣରୁ ବର ଜେସିବି ଧରି କନ୍ୟା ଘରକୁ ବାହାରିଥିଲେ ।

Get real time updates directly on you device, subscribe now.