fbpx

ବିବାହରେ ମା’-ବାପାଙ୍କ ଠାରୁ କନ୍ୟାକୁ ଦିଆଯାଇଥିବା ଗିଫ୍ଟ ଯୌତୁକ ନୂହେଁ: ହାଇକୋର୍ଟ

କୋଚି: କେରଳ ହାଇକୋର୍ଟ କହିଛନ୍ତି ଯେ ବିବାହ ସମୟରେ କନ୍ୟାକୁ ବାପାମାଆଙ୍କ ଠାରୁ ଦିଆଯାଇଥିବା ଉପହାରକୁ ଯୌତୁକ ନିଷେଧ ଅଧିନିୟମ, ୧୯୬୧ ଆଧାରରେ ଯୌତୁକ ବୋଲି ଧରାଯିବ ନାହିଁ । ସିଙ୍ଗଲ୍ ଜଜ୍ ବେଞ୍ଚ ଏକ ଆବେଦନ ଉପରେ ବିଚାର କରୁଥିବା ସମୟରେ ଏହିଭଳି ଏକ ବୟାନ ଦେଇଛନ୍ତି । କୋଲାମ ଜିଲ୍ଲା ଯୌତୁକ ନିଷେଧାଦେଶକଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶ ବିରୋଧରେ କୋର୍ଟ ଆବେଦନ ଉପରେ ଶୁଣାଣି କରିଛନ୍ତି। ଜିଲ୍ଲା ଯୌତୁକ ନିଷେଧ ଅଧିକାରୀ କନ୍ୟାର ପିତାମାତାଙ୍କ ଦ୍ୱାରା ଉପହାର ଭାବରେ ଦିଆଯାଇଥିବା ଅଳଙ୍କାର ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଆଇନ ଅନୁଯାୟୀ, କନ୍ୟାର ପିତାମାତା ସେମାନଙ୍କ ଇଚ୍ଛାରେ ଉପହାର ଦେଇଥିବା ସୁନା ଅଳଙ୍କାର ଯୌତୁକ ଅଧୀନରେ ଆସେ ନାହିଁ । ଆବେଦନକାରୀ ଯୁକ୍ତି ବାଢ଼ିଛନ୍ତି ଯେ ଯୌତୁକ ନିଷେଧ ଅଧିକାରୀଙ୍କ ପାଖରେ ଏଥିରେ ହସ୍ତକ୍ଷେପ କିମ୍ବା ନିର୍ଦ୍ଦେଶ ଜାରି କରିବାର କୌଣସି ପ୍ରକାର ଅଧିକାର ନାହିଁ।

ଜଜ୍ ଜଷ୍ଟିସ୍ ଏମଆର ଅନୀତା ଯୌତୁକ ନିଷେଧ ଅଧିକାରୀଙ୍କ ଆଦେଶକୁ ଖାରଜ କରି ଦେଇଛନ୍ତି କାରଣ ଏହା ସ୍ପଷ୍ଟ ହୋଇନଥିଲା ଯେ, କଣ ଅଧିକାରୀ ଯାଞ୍ଚ କରିଥିଲେ ? ଏଥିସହିତ ଏହା ମଧ୍ୟ ସ୍ପଷ୍ଟ ହୋଇନଥିଲା ଯେ, ଗହଣଶ ସବୁ ଯୌତୁକ ଆକାରରେ ଦିଆଯାଇଥିଲା ନା ଉପହାର ଆକାରରେ ? ମହିଳା ଜଣକ କହିଥିଲେ ଯେ ବିବାହ ପାଇଁ ପାଇଥିବା ୫୫ ଟି ସୋଭରେନ୍ ସୁନାର ଗହଣା ତାଙ୍କୁ ଫେରାଇ ଦିଆଯାଉ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଳଙ୍କାରଗୁଡିକ ସମବାୟ ବ୍ୟାଙ୍କର ଏକ ଲକରରେ ରଖାଯାଇଥିଲା । ଆବେଦନକାରୀ କହିଛନ୍ତି ଯେ, ଲକର୍ ରେ ରଖାଯାଇଥିବା ଗହଣା ଓ ପରିବାର ଦ୍ୱାରା ବିବାହ ସମୟରେ ଦିଆଯାଇଥିବା ଗହଣା ଫେରାଇ ଦିଆଯିବ । ମହିଳା ଜଣକ ଏଥିରେ ରାଜି ପରେ ମାମଲା ରଫାଦଫା ହୋଇଛି ।

Get real time updates directly on you device, subscribe now.