fbpx

Ind vs Bang 3rd ODI: ଇଶାନ୍ କିଶାନ୍‌ଙ୍କ ଦ୍ୱିଶତକ ଓ ବିରାଟଙ୍କ ଶତକ, ବାଂଲାଦେଶ ଆଗରେ ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଟିମ୍ ଇଣ୍ଡିଆ

ନୁଆଦିଲ୍ଲୀ: ଭାରତ ବାଂଲାଦେଶ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜରେ ଘରୋଇ ଦଳ ଆଗରେ ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ। ଆଜିର ମ୍ୟାଚ୍‌ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ଧମକାଦାର ଆରମ୍ଭ କରିଥିଲା। ଭାରତ ପ୍ରଥମରୁ ଶିଖର ଧାୱନଙ୍କ ଉଇକେଟ୍ ହରାଇଥିଲେ ମଧ୍ୟ ଅନ୍ୟପଟେ ଇଶାନ କିଶାନ କ୍ରିଜ୍‌ରେ ଜମି ରହି ଝଡ଼ ସୃଷ୍ଟି କରିଥିଲେ।

ଇଶାନ୍ କିଶାନ୍ ଧୁଆଁଧାର ବ୍ୟାଟିଂ କରି ଦ୍ୱିଶତକ ହାସଲ କରିଥିଲା ବେଳେ ଅନ୍ୟପଟେ ବିରାଟ କୋହଲି ଶତକ ହାସଲ କରିଥିଲେ । ଇଶାନ୍ ସ୍ୱିଶତକ ହାସଲ କରିବା ପରେ ୨୧୦ ରନ୍‌ରେ ଆଉଟ୍ ହୋଇଯାଇଥିଲେ । ସେହିପରି ବିରାଟ କୋହଲି ତାଙ୍କର ୭୨ ତମ ଶତକ ହାସଲ କରି ୧୧୩ ରନ୍‌ରେ ଆଉଟ୍ ହୋଇଯାଇଥିଲେ । ଶେଷ ଆଡକୁ ୱାସିଂଟନ ସୁନ୍ଦର ୩୭ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ।

Get real time updates directly on you device, subscribe now.