fbpx

ଗୋଟିଏ ଡୋଜରେ ଶେଷ ହେବ କରୋନା, ବ୍ରିଟେନରେ ଜନସନ ଆଣ୍ଡ ଜନସନ ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ବ୍ରିଟେନ ସରକାର ଶୁକ୍ରବାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନର ସିଙ୍ଗଲ  ଡୋଜ ଟିକାକୁ ଅନୁମୋଦନ କରିଛନ୍ତି।  ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କହିଛନ୍ତି – ଏହି ନିଷ୍ପତ୍ତି ବ୍ରିଟେନର ସଫଳ କରୋନା ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ମଜବୁତ କରିବ।

ବ୍ରିଟେନ ଏହି ଟିକାର ୨ କୋଟି ଡୋଜ ଅର୍ଡର କରିଛି। ଆମେରିକାରେ ପରୀକ୍ଷଣ ସମୟରେ ଜନସନ ଆଣ୍ଡ ଜନସନ ଟିକା ସାମାନ୍ୟ ଏବଂ ଗୁରୁତର କରୋନା ସଂକ୍ରମଣକୁ ରୋକିବାରେ ୭୨ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଛି । ବ୍ରିଟେନରେ ଏପର୍ଯ୍ୟନ୍ତ ୬.୨ ନିୟୁତ ଟିକା ଡୋଜ ଇଞ୍ଜେକ୍ସନ ଦିଆଯାଇଛି। ଏଥିରେ ଅଧିକାଂଶ ଟିକା ଡୋଜ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଏବଂ ଫାଇଜର ଟିକା ଅଟେ  । ଏହା ବ୍ୟତୀତ ବ୍ରିଟେନରେ ମଡେର୍ନା ଟିକାକୁ ମଧ୍ୟ ଅନୁମତି ଦିଆଯାଇଛି।

ସୂଚନା ଅନୂଯାୟୀ ଗତ କିଛି ମାସ ଧରି କ୍ରମାଗତ ଭାବରେ ହ୍ରାସ ହେବା  ପରେ ବ୍ରିଟେନରେ ଏବେ ପୁଣି ଥରେ ନୂତନ ମାମଲା ବୃଦ୍ଧି ପାଇବାରେ ଲାଗିଛି  । ବି୧.୬୧୭.୨ ଭ୍ୟାରିଏଣ୍ଟର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପ୍ରତିବନ୍ଧକକୁ ପୁଣି ବୃଦ୍ଧି କରାଯାଇଛି  । ବ୍ରିଟେନ ମଙ୍ଗଳବାର ଦିନ ଅତ୍ୟାବଶ୍ୟକ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ଏବଂ କରୋନାର ବି୧.୬୧୭.୨ ଭ୍ୟାରିଏଣ୍ଟର ମୁକାବିଲା ପାଇଁ ଅତିରିକ୍ତ ନିର୍ଦ୍ଦେଶାବଳୀ ଜାରି କରିଛି।

Get real time updates directly on you device, subscribe now.