fbpx
BSKY SKY
BSKY SKY

ପତି କିଏ ଅସ୍ପଷ୍ଟ! ୫୦ ବର୍ଷ ବୟସରେ ମାଆ ହେଲେ ବ୍ରିଟିଶ ମଡେଲ

BSKY

ୱାଶିଂଟନ, ୧୯ା୫: ମହିଳାଙ୍କର ସ୍ୱାମୀ କିଏ ତାହା ଅସ୍ପଷ୍ଟ । ତଥାପି ୫୦ ବର୍ଷ ବୟସରେ ମହିଳା ଜଣକ ମାତୃତ୍ୱର ଅଧିକାରୀଣୀ ହୋଇଛନ୍ତି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ସତ । ବ୍ରିଟିଶ ମଡେଲ ନାଓମି କ୍ୟାମ୍ପବେଲ୍ ନିଜର ପ୍ରଥମ କନ୍ୟା ସନ୍ତାନ ବିଷୟରେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଈଶ୍ୱରଙ୍କର ଏଇ ଛୋଟ ଉପହାର ପାଇଁ ସେ ମା’ ହୋଇପାରିଛନ୍ତି । ଏହି ଅଭୁଲା ସ୍ମରଣୀୟ ମୁହୂର୍ତ୍ତକୁ ବର୍ଣ୍ଣନା କରିବା ପାଇଁ ତାଙ୍କ ପାଖରେ ଶବ୍ଦ ନାହିଁ ବୋଲି ନାଓମି ଉଲ୍ଲେଖ କରିଛନ୍ତି । ତେବେ ଏହି ସନ୍ତାନର ବାପାଙ୍କ ବିଷୟରେ କିଛି ସ୍ପଷ୍ଟ ଜଣାପଡ଼ିନାହିଁ । ନାଓମି ଗର୍ଭଧାରଣ କରିଛନ୍ତି ନା ସରୋଗେଟ୍ ମଦରଙ୍କ ସାହାଯ୍ୟ ନେଇଛନ୍ତି କିମ୍ବା ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି ସେ ନେଇ କୌଣସି ସୂଚନା ଦିଆଯାଇନାହିଁ । ନାଓମିଙ୍କୁ ତାଙ୍କର ବନ୍ଧୁପରିଜନଙ୍କ ଛୁଆମାନେ ଜେଜେମାଆ ବୋଲି ସମ୍ବୋଧନ କରୁଥିବା ବେଳେ ଏବେ ସେ ତାଙ୍କ ଛୁଆ ଠାରୁ ମାଆ ଡାକ ପ୍ରଥମ ଥର ପାଇଁ ଶୁଣିବେ । ଏହି ଖୁସିର ମୁହୂର୍ତ୍ତରେ ବହୁ ସେଲିବ୍ରେଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.