ବିଶ୍ବର ସବୁଠାରୁ ଉଚ୍ଚା ସଡ଼କ ନିର୍ମାଣ ପାଇଁ ଗିନିଜ୍‌ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ପାଇଲା ବିଆର୍‌ଓ, ୧୯ ହଜାର ୩୦୦ ଫୁଟ୍‌ରୁ ଅଧିକ ଉଚ୍ଚା ରହିଛି ଏହି ସଡ଼କ

ନୂଆଦିଲ୍ଲୀ : ପୂର୍ବ ଲଦାଖର ୧୯,୦୨୪ ଫୁଟ୍‌ ଉଚ୍ଚା ଉମାଲିଙ୍ଗଲା ଦର୍ରେରେ ଦୁନିଆର ସବୁଠାରୁ ଉଚ୍ଚା ମୋଟର ଯୋଗ୍ୟ ରଣନୀତିକ ସଡ଼କ ବନେଇବା ପାଇଁ ସୀମା ସଡ଼କ ସଂଗଠନ(ବିଆର୍‌ଓ)ଙ୍କ ନାମ ଗିନିଜ ୱାଲ୍‌ଡ ରେକର୍ଡ଼ରେ ଦର୍ଜ କରାଯାଇଛି । ସୀମା ସଡ଼କ(ଡିଜିବିଆର୍‌)ର ମହାନିର୍ଦ୍ଦେଶକ ଲେଫ୍ଟନେଂଟ ଜେନେରାଲ ରାଜୀବ ଚୌଧୁରୀ ମଙ୍ଗଳବାର ଦିନ ଆଭାସୀ ସମାରୋହରେ ୟୁନାଇଡେଟ୍‌ କିଙ୍ଗଡମ୍‌ ସ୍ଥିତ ଗିନିଜ୍‌ ୱାଲ୍ଡ ରେକର୍ଡ଼ସର ଆଧିକାରିକ ନିର୍ଣ୍ଣାୟକ ଋଷିନାଥରୁ ପ୍ରମାଣପତ୍ର ହାସିଲ କରିଛନ୍ତି । ସୀମା ସଡ଼କ ସଂଗଠନ ପୂର୍ବ ଲଦାଖରେ ଉମାଲିଙ୍ଗଲା ଦର୍ରେ ପାଖରେ ଦୁନିଆର ସବୁଠାରୁ ଉଚ୍ଚା ମୋଟର ଯୋଗ୍ୟ ସଡ଼କର ନିର୍ମାଣ କରିଛି ।

ବିଆର୍‌ଓ ୧୯ ହଜାର ୩୦୦ ଫୁଟ୍‌ରୁ ଅଧିକ ଉଚ୍ଚା ଉପରେ ଉମାଲିଙ୍ଗଲା ଦର୍ରେ ହୋଇ ଯାଇଥିବା ଏହି ସଡ଼କ ତାରକୋଲରେ ବନାଯାଇଛି । ଏହି ସଡ଼କ ପୂର୍ବୀ ଲଦାଖର ଚୁମାର ସେକ୍ଟରର ମହତ୍ୱୂର୍ଣ୍ଣ ସହରକୁ ଯୋଡ଼ୁଛି । ଏହି ସଡ଼କ ତିଆରି ହେବାଦ୍ୱାରା ପୂର୍ବ ଲଦାଖରେ ସାମାଜିକ ଏବଂ ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ଲଦାଖରେ ପର୍ଯ୍ୟଟନ ବଢ଼ାଯାଇପାରିବ । ବିଆର୍‌ଓ ଏହି ସଡ଼କର ନିର୍ମାଣ କରି ଦକ୍ଷିଣ ଆମେରିକାର ବୋଲିବିୟାରେ ତିଆରି ହୋଇଥିବା ସବୁଠାରୁ ଉଚ୍ଚା ସଡ଼କ ରେକର୍ଡ଼ ଭାଙ୍ଗିଛି । ବୋଲିବିୟା ନିଜ ଦେଶରେ ଜ୍ୱାଳାମୁଖୀ ଉତୁରୁଙ୍କୁକୁ ଯୋଡ଼ିବା ପାଇଁ ୧୮ ହଜାର ୯୩୫ ଫୁଟ୍‌ର ଉଚ୍ଚା ସଡ଼କର ନିର୍ମାଣ କରିଛି ।