fbpx

ନୟାଗଡ଼ ବାଉଁଶିଆପଡା ଗାଁରେ ଅଭାବନୀୟ ଘଟଣା: ନଦୀରେ ବୁଡ଼ିଯାଇ ଭାଇ-ଭଉଣୀଙ୍କ ମୃତ୍ୟୁ

Advertisement

ନୟାଗଡ଼: କୁସୁମୀ ନଦୀର ଗଭୀର ଜଳରେ ବୁଡ଼ିଯାଇ ଭାଇ ଓ ଭଉଣୀଙ୍କର ମୃତ୍ୟୁ ଘଟିବା ଖବର ସାମ୍ନାକୁ ଆସିଛି । ଇଟିମାଟି ଥାନା ବାଉଁଶିଆପଡା ଗାଁରେ ଏହି ଅଘଟଣ ଘଟିଛି । ଗାଧୋଇବା ସମୟରେ ବୁଡି ଯାଇ ଭାଇଭଉଣୀଙ୍କ ମୃତ୍ୟୁ ।

ସୂଚନାନୁଯାୟୀ, ଏହି ଭାଇଭଉଣୀ ଦୁହେଁ କୁସୁମୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ସେଠାରେ ଗଭୀର ଜଳରେ ବୁଡିଯାଇଥିଲେ । ଏହାପରେ ସେମାନଙ୍କୁ ନଦୀ ପାଖ ଲୋକେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ମେଡିକାଲରେ ଭାଇ-ଭଉଣୀ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ନୟାଗଡ଼ ବାଉଁଶିଆପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।

Get real time updates directly on you device, subscribe now.