ଯେଉଁ ଛୁରୀରେ କେକ୍ କାଟିଥିଲା ଭଉଣୀ, ସେହି ଛୁରୀରେ ଭଉଣୀକୁ ହଇରାଣ କରୁଥିବା ଯୁବକକୁ ମାରିଦେଲା ଭାଇ

ଭଉଣୀକୁ ହଇରାଣ କରୁଥିଲା ଯୁବକ, ଯେଉଁ ଛୁରୀରେ କେକ୍ କଟୁଥିଲା, ସେହି ଛୁରୀରେ ହିଁ କାଟିଲା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗୁନାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଏହାର କାରଣ ହେଉଛି, ସେ ଜଣେ ଯୁବତୀଙ୍କୁ ହତ୍ୟା କରିଛି। ହତ୍ୟା କରିଛନ୍ତି ଯୁବତୀଙ୍କ ଭାଇ। ଭାଇର ଜଣକ ଏକ ବଡ଼ ଛୁରୀରେ ଏହି ବ୍ୟକ୍ତିଙ୍କ ଜୀବନ ନେଇଛି।

ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଷେକ ଟିଙ୍ଗା ନାମ୍ନୀ ଅଭିଯୁକ୍ତ ହତ୍ୟାରେ ସେଇ ଛୁରୀ ବ୍ୟବହାର କରିଥିଲା, ଯେଉଁ ଛୁରୀଟି ଭଉଣୀ ନିଜ ଜନ୍ମଦିନରେ କେକ କାଟିଥିଲା।

ତଦନ୍ତରେ ଜଣାପଡ଼ିଥିଲା ଯେ, ପୀଡ଼ିତ ଅନିଲ, ଅଭିଯୁକ୍ତଙ୍କ ଭଉଣୀକୁ ଲଗାତାର ହଇରାଣ କରୁଥିଲା। ସେ ଯୁବତୀଙ୍କୁ ବିବାହ କରିବା ପାଇଁ ରାଜି ହେଲେ, ସୁନା-ଚାନ୍ଦିର ଗହଣା ଦେବାର ପ୍ରତିଜ୍ଞା କରିଥିଲା। ମହିଳା ନିଜ ଭାଇଠାରୁ ଏହି ନିର୍ଯାତନା ବିଷୟରେ କହିଥିଲା।

ଏଥିରେ ରାଗିଯାଇ ଅଭିଷେକ ଅନୀଲଙ୍କୁ ନିଜ ସାଙ୍ଗଙ୍କ ସହ ମିଶି ହତ୍ୟା କରିବାକୁ ଯୋଜନା କରିଥିଲା। ଅଭିଷେକ ୫ଟି ଛୁରୀ ଅନଲାଇନରୁ ଅର୍ଡର କରିଥିଲା। ଶୁକ୍ରବାର ଦିନ ଅନୀଲ ମଦ ପିଇବାର ସୂଚନା ଅଭିଯୁକ୍ତ ପାଇଥିଲା।

ଏହାପରେ ଅଭିଷେକ ନିଜ ସାଙ୍ଗମାନଙ୍କୁ ଧରି ଅନୀଲଙ୍କୁ ଘେରିଯାଇଥିଲେ। ଅନିଲଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ସମସ୍ତେ ଫେରାର ହୋଇଯାଇଥିଲେ। ପୋଲିସ ଅଧିକ୍ଷକ କହିଛନ୍ତି ଯେ, ଯେଉଁ ଛୁରୀ ତାଙ୍କ ଭଉଣୀ ଜନ୍ମଦିନରେ କେକ୍ କଟାଯାଇଥିଲା, ସେଇ ଛୁରୀରେ ଯୁବକଙ୍କୁ ହତ୍ୟା କରିଛି ଭାଇ।