fbpx

ଭଉଣୀକୁ ଗୁଳି ମାରି ହତ୍ୟା କଲା ଭାଇ, ହତ୍ୟା ପରେ ଥାନାରେ ଆତ୍ମସମର୍ପଣ

ଭୁବନେଶ୍ୱର: ଭାଇ ଭଉଣୀ ମଧ୍ୟରେ ସଂପର୍କ ଅତି ନିବିଡ ଅତି ପବିତ୍ର । କିନ୍ତୁ କେନ୍ଦୁଝରରୁ ଆସିଛି ଏକ ଅଭାବନୀୟ ଘଟଣା । ଜିଲ୍ଲାର ପଣ୍ଡାପଡା ଥାନା ସମଗିରି ଗାଁରେ ଭାଇର ଗୁଳିମାଡରେ ଭଉଣୀର ମୃତ୍ୟୁ ହୋଇଛି । ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଭାଇ ଗୁଳି କରି ଭଉଣୀକୁ ହତ୍ୟା କରିଛି ।

ଏହି ଗୁଳିକାଣ୍ଡ ପରେ ତୁରନ୍ତ ଭଉଣୀକୁ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘରୋଇ କଳିରୁ ଏପରି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ତେବେ ହତ୍ୟାକାଣ୍ଡ ଘଟାଇବା ପରେ ଭାଇ ଥାନାରେ ଆତ୍ମସମର୍ପଣ କରିଛି ।

Get real time updates directly on you device, subscribe now.