fbpx

୩୩ ହଜାର କୋଟି ଟଙ୍କାର କମ୍ପାନୀ, ୧୩୫ ଦେଶରେ ବିଜନେସ: ମାତ୍ର ୧୨ ବର୍ଷରେ ମିଳିଲା ଏମିତି ସଫଳତା

ନୂଆଦିଲ୍ଲୀ: ଏକ ସକ୍ସେସଫୁଲ ଷ୍ଟାର୍ଟଅପ କରିବା ପାଇଁ ସମସ୍ତ ବ୍ୟବସାୟୀ ଇଚ୍ଛା କରିଥାନ୍ତି । କିନ୍ତୁ ଏହାକୁ ପାଇବା ପାଇଁ ଖୁବ ସଂଘର୍ଷ କରିବାକୁ ପଡିଥାଏ । ଏମିତି ଅନେକ ଉଦାହରଣ ରହିଛି ଯେଉଁ ବିଜନେସ ଶୂନରୁ ଆରମ୍ଭ ହୋଇ ଆଜି ସାରା ବିଶ୍ୱକୁ ବ୍ୟାପିଯାଇଛି । ଠିକ ସେହିପରି ଏକ ଉଦାହରଣ ହେଉଛି କ୍ଲାଉଡ ୱେବ ଏବଂ ମୋବାଇଲ ଟେଷ୍ଟିଙ୍ଗ ପ୍ଲାଟଫର୍ମ ବ୍ରାଉଜରଷ୍ଟାକ । ଦୁଇ ଜଣ ବିନ୍ଧୁ ମିଶି ୨୦୧୧ ମସିହାରେ ଏହାର ସ୍ଥାପନା କରିଥିଲେ, ଯାହା ଆଜି ସଫଳତାର ଶିଖର ଛୁଇଁଛି ।

ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିବା ସହ ଇଞ୍ଜିନିୟରିଙ୍ଗ ଶେଷ କରିଥିଲେ ନକୁଳ ଅଗ୍ରୱାଲ ଏବଂ ରିତେଶ ଆରୋରା । ତେବେ ଏହାର ୫ ବର୍ଷ ପରେ ୨୦୧୧ ମସିହାରେ ମୁମ୍ବାଇରେ ଉଭୟ ମିଶି ଆରମ୍ଭ କରିଥିଲେ ବ୍ରାଉଜରଷ୍ଟାକ ନାମକ ଏହି କମ୍ପାନୀ । ୧୨ ବର୍ଷ ଭିତରେ ଏହି କମ୍ପାନୀ ସଫଳତାର ଶିଖରରେ ପହଞ୍ଚିଛି । ଆରମ୍ଭର ୧୦ ବର୍ଷ ପରେ ୨୦୨୧ ଆର୍ଥିକ ବର୍ଷରେ ଏହାର ରିଭେନ୍ୟୁ ୨୬୩.୩ କୋଟି ଟଙ୍କା ଥିବା ବେଳେ ୨୦୨୨ରେ ଏହା ୫୯ ପ୍ରତିଶତ ବୃଦ୍ଧି ପାଇ ୪୧୮.୪ କୋଟିରେ ପହଞ୍ଚିଛି । ତେବେ ନକୁଳ ଏବଂ ରିତେଶଙ୍କ ନେଟୱର୍ଥ ୧୨ ହଜାର କୋଟି ଟଙ୍କା ଲେଖାଏଁ ହୋଇଥିବା ବେଳେ କମ୍ପାନୀର ଟର୍ଣ୍ଣଓଭର ରହିଛି ୩୩ ହଜାର କୋଟି ।

ଉଭୟଙ୍କ ଏହି ଷ୍ଟାର୍ଟଅପ କମ୍ପାନୀ କେବଳ ଭାରତ ନୁହେଁ ବିଶ୍ୱର ପ୍ରାୟ ୧୩୫ ଦେଶରେ ବ୍ୟାପି ସାରିଛି । ଟେସ୍କୋ, ମାଇକ୍ରୋସଫ୍ଟ, ଫେସବୁକ, ଟ୍ୱିଟର, ଏୟାରବିଏନବି ଭଳି ବଡ ବଡ କମ୍ପାନୀ ମଧ୍ୟ ଏହାର କ୍ଲାଏଣ୍ଟସରେ ସାମିଲ ରହିଛି । ତେବେ ରିତେଶ କହିଛନ୍ତି ଯେ, ଆମ ପାଖରେ ୧୦ଲକ୍ଷରୁ ଅଧିକ ଡେଭଲପର ରହିଛି ଯାହା ବାର୍ଷିକ ଆଧାରରେ ବିଶ୍ୱସ୍ତରରେ ଆମ ଉତ୍ପାଦକୁ ବ୍ୟବହାର କରିବେ ।

Get real time updates directly on you device, subscribe now.