fbpx

କେସିଆରଙ୍କ ଗାଦି ଛଡେଇ ନେଲା କଂଗ୍ରେସ, ପରାଜୟ ସ୍ୱୀକାର କଲା ବିଆରଏସ

ତେଲେଙ୍ଗାନା: ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ଆଜି ବିଧାନସଭା ଫଳାଫଳ ପ୍ରକାଶ ପାଇବ। ଯାହାକୁ ନେଇ ଗଣତି ଏବେ ଶେଷ ପର୍ୟ୍ୟାୟରେ ପହଞ୍ଚିଲାଣି। ତେବେ ୩ ରାଜ୍ୟ ଅର୍ଥାତ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନକୁ ଛାଡିବା ପରେ ତେଲେଙ୍ଗାନାରେ ସରକାର ଗଢିବାକୁ ଯାଉଛି କଂଗ୍ରେସ। ଆଞ୍ଚଳିକ ଦଳ ତଥା ଲଗାତର ୨ୟଥ ପାଇଁ ଶାସନଗାଦୀରେ ଥିବା ବିଆରଏସ ପୁଣି ଥରେ କ୍ଷମତାକୁ ଫେରିବାକୁ ଚାହୁଁଥିଲା ହେଲେ କେସିଆରଙ୍କ ଗାଦି ଛଡେଇ ନେଇଛି କଂଗ୍ରେସ। ବର୍ତ୍ତମାନ ସୁଦ୍ଧା ବିଧିବଦ୍ଧ ଭାବେ ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇନାହିଁ। କିନ୍ତୁ ଗଣତିରେ ଟ୍ରେଣ୍ଟ ଅନୁଯାୟୀ, କଂଗ୍ରେସ ୬୦ରୁ ଅଧିକ ଆସନ ଜିତିବ ବୋଲି ସ୍ପଷ୍ଟ ହୋଇଛି।

ବିଆରଏସ ସପକ୍ଷରେ ଜନମତ ଯାଉଥିବାରୁ ଆଗୁଆ ପରାଜୟ ସ୍ୱୀକାର କରି ନେଇଛନ୍ତି କେସିଆରଙ୍କ ପୁଅ ତଥା ରାଜ୍ୟର ମନ୍ତ୍ରୀ କେଟିଆର। ସେ କଂଗ୍ରେସକୁ ବିଜୟ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ସେ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, “ବିଆରଏସ୍‌କୁ ତେଲେଙ୍ଗାନାର ଲୋକମାନେ କ୍ରମାଗତ ଦୁଇ ଥର ସରକାର ଗଠନ କରିବାକୁ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଆଜିର ରେଜଲ୍ଟରେ ଆମେ ଦୁଃଖିତ ହୋଇନାହୁଁ। କିନ୍ତୁ ଆମର ଆଶା ଅନୁସାରେ ଫଳାଫଳ ନ ହେବା, ଆମକୁ ମର୍ମାହତ କରିଛି। ତଥାପି ଆମେ ଏହାକୁ ଶିକ୍ଷା ଭାବେ ଗ୍ରହଣ କରିବୁ ଓ କମବ୍ୟାକ କରିବୁ। ଜନାଦେଶ ପାଇଥିବା କଂଗ୍ରେସକୁ ଶୁଭେଚ୍ଛାର। ସେମାନଙ୍କୁ ଗୁଡ ଲକ୍‌।”

ସୂଚନା ଥାଉକି, ୨୦୧୩ରେ ତେଲେଙ୍ଗାନା ଗଠନ ହୋଇଥିଲା । ଏଠାରେ ଏଥର ଗତ ୨ଟି ନିର୍ବାଚନକୁ ମିଶାଇ ୩ୟ ଥର ନିର୍ବାଚନ ଅନୁଷ୍ଠିତ ହୋଇଛି । ୨ଥର ମୁଖ୍ୟମନ୍ତ୍ରୀ ହୋଇଥିବା କେସିଆର୍ ଚଳିତ ନିର୍ବାଚନରେ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ଥିଲେ ମଧ୍ୟ ତାଙ୍କ ଲକ୍ଷ୍ୟ ପୁରଣ ହୋଇପାରିବ ନାହିଁ ଏହା ସ୍ପଷ୍ଟ ହୋଇଗଲାଣି ।

Get real time updates directly on you device, subscribe now.