fbpx

ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ନାତୁଣୀଙ୍କ ଆତ୍ମହତ୍ୟା, ଦେଖନ୍ତୁ Video

ବେଙ୍ଗାଲୁର: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟା ଆତ୍ମହତ୍ୟା କରିଛନ୍ତି । ଘର ଭିତରୁ ୟେଦିଙ୍କ ନାତୁଣୀ ଡାକ୍ତର ସୌନ୍ଦର୍ଯ୍ୟାଙ୍କ ମୃତଦେହ ଉଦ୍ଧାର ହୋଇଛି । ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ସୌନ୍ଦର୍ଯ୍ୟା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ମୃତଦେହ ଜବତ କରି ବେଙ୍ଗାଲୁର ପୋଲିସ ତଦନ୍ତ ଆରମ୍ଭ କରିଛି ।

नातिन सौंदर्या संग बीएस येदियुरप्पा (फाइल फोटो)

ତେବେ ସୌନ୍ଦର୍ଯ୍ୟାଙ୍କ ବୟସ ୩୦ ର୍ବେ ପାଖାପାଖି ହେବ ଓ ସେ ବେଙ୍ଗାଲୁର ସ୍ଥିତ ଏମଏସ ରମୈୟା ହସ୍ପିଟାଲରେ ଡାକ୍ତର ଭାବେ କାମ କରୁଥିଲେ । ପୋଲିସର ସୂଚନା ଅନୁସାରେ, ସୌନ୍ଦର୍ଯ୍ୟା ନିଜ ସ୍ୱାମୀଙ୍କ ସହିତ ରହୁଥିଲେ । ତାଙ୍କ ସ୍ୱାମୀ ବି ଜଣେ ଡାକ୍ତର ଥିବା ବେଳେ ଦୁହିଁଙ୍କର ୬ ମାସର ସନ୍ତାନ ଅଛି । ସ୍ୱାମୀ-ସ୍ତ୍ରୀ ଉଭୟ ମାଉଣ୍ଟ କାର୍ମେଲ କଲେଜ ନିକଟରେ ରହୁଥିଲେ । ସୌନ୍ଦର୍ଯ୍ୟାଙ୍କ ବାହାଘର ୨ ବର୍ଷ ପୂର୍ବରୁ ବାହା ହୋଇଥିଲେ ଓ ଶୁକ୍ରବାର ଦିନ ସକାଳେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।

Get real time updates directly on you device, subscribe now.