fbpx

ମାଧ୍ୟମିକ ଶିକ୍ଷା ବୋର୍ଡ ଓଡ଼ିଶା ପକ୍ଷରୁ ବିଜ୍ଞପ୍ତି: OSSTET-2023 ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

Advertisement

ଶିକ୍ଷା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି । ଏକ ଖୁସି ଖବର । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ୨୦୨୩ ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ଓଡ଼ିଶା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଭଲ ଭାବେ ପଢ଼ିବା ପରେ ଅନଲାଇନରେ ଆବେଦନ କରିପାରିବେ ।

ଡିସେମ୍ବର ୧୧ ତାରିଖରୁ ଅନଲାଇନ୍ ଆବେଦନ ଓ ପେମେଣ୍ଟ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅନଲାଇନ୍ ଆବେଦନ ପ୍ରକ୍ରିୟା ଡିସେମ୍ବର ୨୨ ପର୍ଯ୍ୟନ୍ତ ଓ ପେମେଣ୍ଟ ଦାଖଲ ପ୍ରକ୍ରିୟା ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଜେନେରାଲ, ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଏସଇବିସି) ପ୍ରାର୍ଥୀମାନେ ୬୦୦ ଟଙ୍କାର ଆବେଦନ ଫିସ୍ ଦାଖଲ କରିବେ । ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି ।

ଟ୍ରେନଡ ଗ୍ରାଜୁଏଟ କଳା ପ୍ରାର୍ଥୀଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା କଳା / ବାଣିଜ୍ୟ / ସଂସ୍କୃତ ଶାସ୍ତ୍ରୀରେ ଡିଗ୍ରୀ କିମ୍ବା ବି.ଏଡ, ବିଏ ଏମ.ଏଡ ରହିଥିବା ଆବଶ୍ୟକ । ଟ୍ରେନଡ ଗ୍ରାଜୁଏଟ ବିଜ୍ଞାନ (ପିସିଏମ / ସିବିଜେଡ) ପ୍ରାର୍ଥୀଙ୍କ ପାଇଁ ଡିଗ୍ରୀ (ବିଜ୍ଞାନ) / ବି.ଟେକ/ ବିଇ ଓ ବି.ଏଡ, ଏମ.ଏଡ ରହିଥିବା ଆବଶ୍ୟକ । ହିନ୍ଦି ଶିକ୍ଷକ ପାଇଁ ଶିକ୍ଷାଗତ ଯୋଗ୍ୟତା ହିନ୍ଦିରେ ଡିଗ୍ରୀ, ଶାସ୍ତ୍ରୀୟ ସଂସ୍କୃତ ଶିକ୍ଷକ ପାଇଁ ସଂସ୍କୃତରେ ଡିଗ୍ରୀ, ସଂସ୍କୃତରେ ଶିକ୍ଷା ଶାସ୍ତ୍ରୀ, ବି.ଏଡ, ଶାସ୍ତ୍ରୀୟ ଊର୍ଦ୍ଦୁ ଶିକ୍ଷକ ପାଇଁ ବି.ଏଡ / ଊର୍ଦ୍ଦୁ ବି.ଏଡ କିମ୍ବା ପାର୍ସୀରେ ବିଏ, ତେଲୁଗୁ ଶାସ୍ତ୍ରୀୟ ଶିକ୍ଷକ ପାଇଁ କଳାରେ ଡିଗ୍ରୀ ଓ ତେଲୁଗୁ ବି.ଏଡ, ଶାରୀରିକ କ୍ରୀଡ଼ା ଶିକ୍ଷକ ପାଇଁ ଯୁକ୍ତଦୁଇ, ସିପି.ଏଡ / ବିପି.ଏଡ / ଏମପି.ଏଡ / ଡି.ପିଏଡ ରହିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://onlineapps.bseodisha.ac.in/osstetI2023/

ନୋଟିଫିକେସନ ଲିଙ୍କ-୧: https://onlineapps.bseodisha.ac.in/osstetI2023/DOC/Step%20by%20Step%20Instruction%20for%20%20OSSTET,%202023.pdf

ନୋଟିଫିକେସନ ଲିଙ୍କ-୨: https://onlineapps.bseodisha.ac.in/osstetI2023/DOC/OSSTET%20Guidelines%202023.pdf

Get real time updates directly on you device, subscribe now.