fbpx
BJD SKY
BJD SKY

ସୋର ବିଧାୟକଙ୍କ ବିରୋଧରେ ଯବାନଙ୍କ ଅଭିଯୋଗ: ବର୍ଡରରୁ ମାଗିଲେ ନ୍ୟାୟ, ଦେଖନ୍ତୁ ଭିଡିଓ

BJD

ସୋର(ଓଡ଼ିଶା ଭାସ୍କର): ଯବାନମାନେ ବର୍ଡରରେ ଜଗି ଦେଶକୁ ସୁରକ୍ଷିତ ରଖୁଥିବା ବେଳେ ତାଙ୍କ ପରିବାର ଲୋକେ ଭୋଗୁଛନ୍ତି ନିର୍ଯାତନା । ଏହିପରି ଏକ ମାମଲା ବାଲେଶ୍ୱର ଜିଲ୍ଲାରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବିଏସଏଫ୍ ଯବାନ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି । ବର୍ଡରରେ ଥାଇ ସେ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜ ପରିବାର ଉପରେ କରାଯାଉଥିବା ଅତ୍ୟାଚାର ବିଷୟରେ କହିବା ସହ ନ୍ୟାୟ ମାଗିଛନ୍ତି । ଯବାନଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଜମିବାଡ଼ିକୁ ନେଇ ଯବାନଙ୍କ ପରିବାରକୁ କିଛି ଲୋକ ନିର୍ଯାତନା ଦେଉଥିବା ବେଳେ ଏଥିରେ ସୋର ବିଧାୟକ ବି ସାମିଲ ଥିବା ସେ ଭିଡିଓରେ କହିଛନ୍ତି ।

ତେବେ ଭିଡିଓଟିରେ କହୁଥିବା ବିଏସଏଫ ଯବାନ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ରୋପକଣ୍ଡ ଗାଁର ବିଜୟ କୁମାର ବେହେରା । ସେ ବର୍ତ୍ତମାନ ମଣିପୁରରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ପରିବାରକୁ ନିର୍ଯ୍ୟାତନା ଦିଆଯାଉଥିବା କହିଛନ୍ତି ।

ସେ କହିଛନ୍ତି ଯେ, ଘରେ ଜମିବାଡ଼ିକୁ ନେଇ ୨୦୧୯ରୁ ବିବାଦ ଚାଲିଛି । ଏଥିରେ କିଛି ପୋଲିସ, ସୋର ବିଧାୟକ ପର୍ଶୁରାମ ଧଡା, ପୂର୍ବତନ ତହସିଲଦାର ଦେବଜାନ ଭୂଇଆଁ ସାମିଲ ଅଛନ୍ତି । ଯବାନଙ୍କ ବାଡିକୁୁ ଜବରଦସ୍ତ ହାଣି ଜଣେ ଯୁବତୀଙ୍କ କବଜାରେ ଦେଇଛନ୍ତି । ସେହି ଯୁବତୀ ଜଣକ ତାଙ୍କ ପରିବାର ନାଁରେ ରେପ୍ ଅଭିଯୋଗ କରି ୟୁନିଟକୁ ଚିଠି ପଠାଇଛନ୍ତିି । ଘଟଣାକୁ ନେଇ ତାଙ୍କ ଅଭିଯୋଗକୁ କେହି ଶୁଣୁନାହାନ୍ତି ଓ ଥାନାରେ ବି ତାଙ୍କ ମାମଲା ରୁଜୁ କରୁନାହାନ୍ତି ବୋଲି ଭିଡିଓରେ ଯବାନ କହିଛନ୍ତି ।

Get real time updates directly on you device, subscribe now.