fbpx

(Video) ବିଏସଏଫ୍ ଯବାନଙ୍କ ରୋମାଞ୍ଚକର କଳାକୌଶଳ: ୨ ମିନିଟରେ ଗାଡ଼ିକୁ ଭାଙ୍ଗି ପୁଣି କଲେ ଏମିତି କାମ

Advertisement

ଭାରତୀୟ ଯବାନ, ସବୁବେଳେ ତତ୍ପର ସବୁବେଳେ ଉତ୍ସାହୀ । ଯେକୌଣସି ପରିସ୍ଥିତି ହେଉ ନା କାହିଁକି ଭାରତୀୟ ଯବାନ ସବୁବେଳେ ନିଜ ଦେଶର ସୁରକ୍ଷା ପାଇଁ ଆଗଭର । ସିଆଚିନ୍ ର ମାଇନସ ଡିଗ୍ରୀ ତାପମାତ୍ରା ହେଉ କିମ୍ବା କୌଣସି ଅପହଞ୍ଚ ଅଞ୍ଚଳ, ଦୁର୍ଗମ ଘାଟୀ କିମ୍ବା ଜଙ୍ଗଲ, ସବୁଠି ଦକ୍ଷତାର ସହ ନିଜର ଦାୟିତ୍ୱ ସମ୍ପାଦନ କରିଥାନ୍ତି ଭାରତୀୟ ଯବାନ । ଆଉ ଭାରତୀୟ ଯବାନଙ୍କ ଏହିଭଳି ଏକ ଦକ୍ଷତା ଦେଖିବାକୁ ମିଳିଛି । ଯାହାକୁ ଦେଖି ଖୁବ୍ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଖାଲି ସେତିକି ଯବାନଙ୍କ ଏହି ଭିଡିଓ ଏବେ ଭାଇରାଲ ମଧ୍ୟ ହେବାରେ ଲାଗିଛି ।

୨ ମିନିଟରେ ଆପଣ ହୁଏତ ଗାଡ଼ିର ଟାୟାର ମଧ୍ୟ ବଦଳାଇପାରିବେ ନାହିଁ, କିନ୍ତୁ ଭାରତୀୟ ଯବାନ ଚଳନ୍ତା ଜିପ୍ କୁ ଅଲଗା କରିଦେଉଛନ୍ତି କେବଳ ସେତିକି ନୁହେଁ ସେହି ୨ ମିନିଟ୍ ମଧ୍ୟରେ ପୁଣିଥରେ ଯୋଡ଼ିଦେଉଛନ୍ତି ମଧ୍ୟ । ଆଉ ଯବାନଙ୍କର ଏହି ଆଶ୍ଚର୍ଯ୍ୟକର କୌଶଳ ଦେଖି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଉପସ୍ଥିତ ସବୁ ଜନତା ତାଳି ବଜାଉଛନ୍ତି ଏବଂ ଯବାନଙ୍କ ଉତ୍ସାହ ବଢ଼ାଉଛନ୍ତି ।

ବିଏସଏଫ ର ଟ୍ୱିଟର ହ୍ୟାଣ୍ଡେଲରେ ଏହି ଭିଡିଓ ଶେୟାର କରାଯାଇଛି । ଏହା ରାଜସ୍ଥାନରେ ବିଏସଏଫର ଏକ କାର୍ଯ୍ୟକ୍ରମର ଦୃଶ୍ୟ । କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହିଥିଲେ । ଭିଡିଓରେ ଦେଖାଯାଇଛି ଯେ ବିଏସଏଫର ‘ସୀମା ପ୍ରହରୀ’ ର ୮ ଜଣ ଯବାନ ଏକ ଜିପ୍ସୀ ‘ଚେତକ’ ରେ ବସି ମଞ୍ଚ ସାମ୍ନାକୁ ଆସୁଛନ୍ତି । ରାସ୍ତାରେ କିଛି ବାଧା ଆସୁଛି । କିନ୍ତୁ ସେହି ବାଧାକୁ ପାର କରୁଛନ୍ତି ଯବାନ ।

ଏହି ବାଧାକୁ ପାର କରିବା ପାଇଁ କିଛି ସେକେଣ୍ଡ ମଧ୍ୟରେ ଯବାନ ଗାଡ଼ିକୁ ଖୋଲି ଇଞ୍ଜିନ୍, ଟାୟାର ସହ ସବୁ ପାର୍ଟସ୍ କୁ ଅଲଗା କରିଦେଉଛନ୍ତି ଏବଂ ବାଧାକୁ ପାର୍ କରୁଛନ୍ତି ଆଉ ପୁଣିଥରେ କିଛି ସମୟ ମଧ୍ୟରେ ଏହାକୁ ଯୋଡ଼ି ଯାତ୍ରା କରୁଛନ୍ତି । ସମୁଦାୟ ୨ ମିନିଟରୁ କମ୍ ସମୟ ମଧ୍ୟରେ ଏଭଳି କରିଦେଖାଉଛନ୍ତି ବିଏସଏଫ୍ ଯବାନ । ଆଉ ଯବାନଙ୍କର ଏହି ରୋମାଞ୍ଚକର କାରନାମା ଦେଖି ସେଠାରେ ଉପସ୍ଥିତ ସମସ୍ତେ ତାଳି ମାରିଛନ୍ତି ।

ପ୍ରକୃତରେ ବିଏସଏଫ୍ ଏହି ଭିଡିଓ ଜରିଆରେ ଏହା ବାର୍ତ୍ତା ଦେବାକୁ ଚାହୁଛି ଯେ ଯଦି କେଉଁଠି ଗାଡ଼ିରେ ଯାଉଥିବା ସମୟରେ ବାଧା ଉପୁଜେ ଗାଡ଼ି ଆଗକୁ ଯାଇନପାରେ ତେବେ କିପରି କମ୍ ସମୟରେ ସେହି ବାଧାକୁ ପାର କରିପାରିବେ ତାହା କରିଦେଖାଇଛନ୍ତି ବିଏସଏଫ୍ ଯବାନ ।  କୌଣସି ପ୍ରକାର ବାଧା ଆସିବା ପରେ ମଧ୍ୟ କେତେ ଶୀଘ୍ର କୌଣସି ଗାଡ଼ି ଖୋଲିବା ଏବଂ ଏହାକୁ ପୁଣିଥରେ ଯୋଡ଼ିବା ନିଜ ପାଇଁ ରାସ୍ତା କରିବା । ସୋସିଆଲ ମିଡିଆରେ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି ଲୋକେ ।

 

 

Get real time updates directly on you device, subscribe now.