fbpx

୧୦୬ ଟଙ୍କାରେ ୮୪ ଦିନର ଭାଲିଡିଟି: ଜାଣନ୍ତୁ କ’ଣ ରହିଛି ଫାଇଦା

ନୂଆଦିଲ୍ଲୀ: ନିକଟରେ ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ ନିଜର ରିଚାର୍ଜ ପ୍ଲାନ ବଢ଼ାଇଛନ୍ତି । କିନ୍ତୁ ବିଏସଏନଏଲ ଗ୍ରାହକଙ୍କୁ ଏବେବି ପୁରୁଣା ଦାମରେ ବଢ଼ିଆ ଅଫର୍ ପ୍ରଦାନ କରୁଛି । ଏଠାରେ ଆମେ ଆପଣଙ୍କୁ ଏମିତି ଏକ ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯାହା ଅନ୍ୟମାନଙ୍କ ତୁଳନାରେ ଶସ୍ତା ହେବା ସହ ଏଥିରେ ଅଧିକ ଭାଲିଡିଟି ମଧ୍ୟ ରହିଛି । ଏହା ହେଉଛି ବିଏସଏନଏଲର ୧୦୬ ଟଙ୍କା ପ୍ଲାନ ।

ବିଏସଏନଏଲ ୧୦୬ ପ୍ଲାନର ଫାଇଦା:

ଦେଶର ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ର ୧୦୬ ଟଙ୍କା ପ୍ଲାନରେ ୮୪ ଦିନର ଭାଲିଡିଟି ମିଳିବ । ଏହି ପ୍ଲାନରେ ୩ ଜିବି ଡାଟା ୮୪ ଦିନ ପାଇଁ ମିଳିଥାଏ ଏବଂ ଏହି ଡାଟାର କୌଣସି ଡେଲି ଲିମିଟ ନାହିଁ ଅର୍ଥାତ୍ ଆପଣ ଏହି ଡାଟାକୁ ଭାଲିଡିଟି ପୂର୍ବରୁ ବ୍ୟବହାର କରିପାରିବେ । କଲିଂ ପାଇଁ କହିଲେ ଏଥିରେ ୮୪ ଦିନ ପାଇଁ ୧୦୦ ଫ୍ରି ମିନିଟ୍ ମିଳିଥାଏ । ତେବେ ଏହି ପ୍ଲାନ ସେହି ଗ୍ରାହକଙ୍କ ପାଇଁ ସୁବିଧା ହେବ, ଯାହଙ୍କୁ ଡାଟା ଏବଂ କଲିଂ ଠାରୁ ଅଧିକ ଭାଲିଡିଟିର ଆବଶ୍ୟକ ରହିଛି ।

Get real time updates directly on you device, subscribe now.