BSNLର ୧୯୯୯ ଟଙ୍କିଆ ପ୍ଲାନର ଦାମ୍ ହ୍ରାସ ପାଇଲା: ନଭେମ୍ବର ୭ରେ ସରିଯିବ ଏହି ଦୀପାବଳି ଅଫର୍

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ତା’ର ଅଗଣିତ ଗ୍ରାହକଙ୍କୁ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ବିଏସଏନଏଲ ବୋନସ୍ ଦେଇଛି । କମ୍ପାନୀ ତା’ର ୩୬୫ ଦିନିଆ ପ୍ଲାନକୁ ଶସ୍ତା କରିଦେଇଛି । ଏହାଫଳରେ ଗ୍ରାହକମାନେ ଦୀପାବଳୀ ପୂର୍ବରୁ ଖୁସିରେ ଝୁମି ଉଠିଛନ୍ତି । ବିଏସଏନଏଲ ତା’ର ୧୯୯୯ ଟଙ୍କିଆ ରିଚାର୍ଜ ପ୍ଲାନର ଦର ହ୍ରାସ କରିଛି । ଗ୍ରାହକମାନେ କମ୍ପାନୀର ଅଫିସିଆଲ ୱେବସାଇଟକୁ ଯାଇ ଏହି ପ୍ଲାନ ବିଷୟରେ ସବିଶେଷ ବିବରଣୀ ପାଇବା ସହ ରିଚାର୍ଜ ମଧ୍ୟ କରିପାରିବେ ।

ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଅଫର କେବଳ ସୀମିତ ସମୟ ପାଇଁ ରହିଛି । ପୂର୍ବରୁ ଏହି ପ୍ଲାନର ଦାମ୍ ୧୯୯୯ ଟଙ୍କା ରହିଥିବା ବେଳେ ଏବେ ତାହାକୁ କମ୍ପାନୀ ୧୮୯୯ ଟଙ୍କାକୁ ହ୍ରାସ କରିଛି । ଏହାଫଳରେ ଗ୍ରାହକମାନେ ଏବେ ଏହି ରିଚାର୍ଜ ପ୍ଲାନରେ ୧୦୦ ଟଙ୍କାର ଫାଇଦା ପାଇବେ । ଅକ୍ଟୋବର ୨୮ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଏହି ଅଫର ଚାଲିବ । ତା’ପରେ ଏହି ପ୍ଲାନର ଦାମ ପୂର୍ବ ପରି ୧୯୯୯ ଟଙ୍କା ହୋଇଯିବ । ଏଥିରେ ଗ୍ରାହକଙ୍କୁ ୬୦୦ ଜିବି ଡାଟା ପୂରା ଭାଲିଡିଟୀ ସହିତ ମିଳିଥାଏ । ଏଥିରେ ଗ୍ରାହକଙ୍କୁ ଅସୀମିତ କଲ୍ ସହିତ ଡେଟା ଓ ଏସଏମଏସ ଆଦି ତିନୋଟି ବେନିଫିଟ୍ ମିଳିଥାଏ । ଦୀର୍ଘକାଳୀନ ପ୍ଲାନ ନେବାକୁ ଚାହୁଁଥିବା ଗ୍ରାହକମାନେ ଏଥିରୁ ଅନେକ ସୁବିଧା ପାଇ ପାରିବେ ।