fbpx

୧୦୦ ଟଙ୍କାରୁ କମରେ ଅନଲିମିଟେଡ କଲ୍, BSNLର ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ: ସରକାରୀ ଟେଲିକମ କମ୍ପାନୀ BSNL ଏହାର ଗ୍ରାହକଙ୍କ ପାଇଁ ୨୦୦ ଟଙ୍କାରୁ ବି କମ୍ ଦାମରେ ପ୍ରିପେଡ ପ୍ଲାନ ଆଣିଛି । ଏହି ପ୍ରିପେଡ ପ୍ଲାନ ସେହି ୟୁଜର୍ସଙ୍କ ପାଇଁ ଲାଭଦାୟକ ହେବ ଯେଉଁମାନେ ପ୍ରତିମାସରେ ରିଚାର୍ଜ କରିବାକୁ ପସନ୍ଦ କରିଥାନ୍ତି । ବିଏସଏନଏଲ ର ଏହି ପ୍ଲାନରେ ଅନେକ ଫାଇଦା ରହିଛି । ଯଦି ଆପଣ ବିଏସଏନଏଲ ର ପ୍ରିପେଡ ୟୁଜର ଏବଂ କମ ବଜେଟରେ ଭଲ ପ୍ଲାନ ନେବାକୁ ଚାହୁଛନ୍ତି ତେବେ ଏହା ଆପଣଙ୍କ ପାଇଁ କାମରେ ଆସିପାରେ ।

BSNL ଆଣିଛି ୧୮୭ ଟଙ୍କାର ପ୍ରିପେଡ ପ୍ଲାନ । ଯେଉଁଥିରେ ଗ୍ରାହକଙ୍କୁ ୨୮ ଦିନପାଇଁ ଅସୀମିତ କଲ ଏବଂ ପ୍ରତିଦିନ ୨ ଜିବି ଡାଟା ମିଳିବ । ଆପଣଙ୍କୁ ଏହି ପ୍ଲାନରେ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ମିଳିବ । ଏହି ପ୍ଲାନରେ ଆପଣ ମାଗଣା ରିଙ୍ଗଟୋନ ମଧ୍ୟ ରଖିପାରିବେ । ଏହାର ଦ୍ୱିତୀୟ ପ୍ଲାନ ହେଉଛି ୧୧୮ ଟଙ୍କିଆ ପ୍ଳାନ । ଏହି ପ୍ଲାନରେ ୟୁଜର୍ସଙ୍କୁ ୨୬ ଦିନ ପାଇଁ ପ୍ରତିଦିନ ୦.୫ ଜିବି ଡାଟା, ୧୦୦ ଏସଏମଏସ ଏବଂ ଅସୀମିତ ଭଏସ କଲିଂର ସୁବିଧା ମିଳିବ ।

୧୦୦ରୁ କମ୍ ପ୍ଲାନ:

ସେହିଭଳି BSNLର ୯୭ ଏବଂ ୯୯ ଟଙ୍କା ପ୍ଲାନରେ ମଧ୍ୟ କମ୍ବୋ ବେନିଫିଟ ଦିଆଯାଉଛି । ଏହି ପ୍ଳାନର ବୈଧତା ୧୮ ଦିନ ଏବଂ ୨୨ ଦିନର ରହିଛି । ବିଏସଏନଏଲର ୯୭ ଟଙ୍କିଆ ପ୍ଳାନରେ ଗ୍ରାହକଙ୍କୁ ୨ ଜିବି ଡାଟା ପ୍ରତିଦିନ ଏବଂ ଅନଲମିଟେଡ କଲ ୧୮ ଦିନ ପାଇଁ ମିଳୁଥିବାବେଳେ ୯୯ ଟଙ୍କିଆ ପ୍ଲାନରେ ୨୨ ଦିନପାଇଁ ଅନଲିମିଟେଡ କଲିଂର ସୁବିଧା ମିଳୁଛି ।

Get real time updates directly on you device, subscribe now.