Jio-Airtelକୁ ଟକ୍କର ଦେବା ପାଇଁ BSNLର ନୂଆ ସର୍ଭିସ, ଫ୍ରିରେ ମିଳିବ Live TV..

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ BSNL ଭାରତରେ ପ୍ରଥମ ଥର ପାଇଁ ଇଣ୍ଟରନେଟ ଟିଭି ସର୍ଭିସ ଆରମ୍ଭ କରିଛି ।  ଏହାକୁ IFTV କୁହାଯାଉଛି । ଏହି ସେବା ଫାଇବର ଅପ୍ଟିକ୍ କେବୁଲ୍ ମାଧ୍ୟମରେ ଚାଲିଥାଏ । ଏହା ଦ୍ବାରା ଇଣ୍ଟରନେଟ୍ ସ୍ପିଡ ମଧ୍ୟ ଅଧିକ ମିଳିଥାଏ । ପ୍ରଥମେ ଏହି ସର୍ଭିସ ମଧ୍ୟପ୍ରଦେଶ ଏବଂ ତାମିଲନାଡୁରେ ଆରମ୍ଭ ହୋଇଥିଲା ବର୍ତ୍ତମାନ ଏହାକୁ ପଞ୍ଜାବରେ ଆରମ୍ଭ କରାଯାଇଛି । ବିଏସଏନଏଲ ଏହି ଖବରକୁ ସୋସିଆଲ ମିଡିଆରେ ସେୟାର କରିଛି ।

ଗ୍ରାହକଙ୍କୁ IFTV ଜରିଆରେ Skypro TV ଆପରେ 500ରୁ ଅଧିକ ଏଚଡି ଏବଂ ଏସଡି ଚ୍ୟାନେଲ ଦେଖିବାକୁ ମିଳିବ । ଏହାସହିତ 20ରୁ ଅଧିକ ଲୋକପ୍ରିୟ ଷ୍ଟ୍ରିମିଂ ସର୍ଭିସର ମଧ୍ୟ ମଜା ନେଇପାରିବେ । ତେବେ ସବୁଠାରୁ ଖୁସିର ବିଷୟ ଯେ, ଏଥ ଏଥିପାଇଁ ଆଉ କୌଣସି ସେଟଅପ ବକ୍ସ କିଣିବାକୁ ପଡିବ ନାହିଁ ।  ବିଏସଏନଏଲର ଜେନାରାଲ ମ୍ୟାନେଜର ଅଜୟ କୁମାପ କରହା କହିଛନ୍ତି, 28 ନଭେମ୍ବରରେ ବିଏସଏନଏଲର ସିଏମଡି ରୋବର୍ଟ ରବି Skypro ସହିତ ମିଶି ନୂଆ ଇଣ୍ଟରନେଟ୍ ଟିଭି ସର୍ଭିସ IFTVର ଲଞ୍ଚ କରିଥିଲେ । ଏହାଦ୍ବାରା ୟୁଜର୍ସଙ୍କୁ କଲର୍ସ, ଷ୍ଟାର, ଜିଟିଭି ଏବଂ ଷ୍ଟାରସ୍ପୋର୍ଶ ଦେଖିପାରିବେ । ପୂର୍ବରୁ ଏହି ସର୍ଭିସକୁ ଚଣ୍ଡିଗଡରେ 8000 ଗ୍ରାହକଙ୍କ ପାଇଁ ଆରମ୍ଭ କରାଯାଇଥିଲା । କିନ୍ତୁ ଏହାର ଲାଭ ଉଠାଇବା ପାଇଁ କୌଣସି ମଧ୍ୟ ଦେୟ ଦେବାକୁ ପଡୁ ନାହିଁ ।