fbpx

୬ ମାସ ପର୍ଯ୍ୟନ୍ତ ଦୈନିକ ୩ ଜିବି ଡାଟା ଓ ଫ୍ରୀ କଲ୍, ଜାଣନ୍ତୁ BSNL ର ନୂଆ ପ୍ଲାନ୍

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ଭାରତ ନିଗମ ଲିମିଟେଡ୍ (BSNL) ନିଜ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ନୂଆ ନୂଆ ପ୍ଲାନ୍ ଆଣିଥାଏ । ତେବେ BSNL ପାଖରେ କିଛି ଏମିତି ପ୍ଲାନ୍ ରହିଛି, ଯାହା ରିଲାଏନ୍ସ ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ ଭଳି ପ୍ରାଇଭେଟ୍ କମ୍ପାନୀ ପାଖରେ ବି ନାହିଁ । ଆଜି ଆମେ ଆପଣମାନଙ୍କୁ BSNL ର ଏମିତି ଏକ ପ୍ଲାନ୍ ସମ୍ପର୍କରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଖୁବ୍ ଫାଇଦା ଦେବ । ପ୍ଲାନ୍ ଟି ହେଉଛି ୬ ମାସ ପର୍ଯ୍ୟନ୍ତ ଦୈନିକ ୩ ଜିବି ଡାଟା ଏବଂ ଅନଲିମିଟେଡ୍ କଲ୍ ର ସୁବିଧା ।

BSNL ର ୯୯୭ ପ୍ଲାନ୍

BSNL ର ୯୯୭ ଟଙ୍କାର ପ୍ଲାନ୍ ୬ ମାସ କ୍ୱାଲିଟି ସହିତ ଆସୁଛି । ଏଥିରେ ୧୮୦ ଦିନ ପାଇଁ ପ୍ରତିଦିନ ୩ ଜିବି ଡାଟା ଦିଆଯିବ । ଏହିଭଳି ଭାବରେ ଗ୍ରାହକ ମାନେ ମୋଟି ୫୪୦ ଜିବି ଡାଟା ବ୍ୟବହାର କରିପାରନ୍ତି । ଏଥିସହିତ ଅନଲିମିଟେହ୍ କଲିଂ ର ବି ସୁବିଧା ଆପଣ ମାନେ ପାଇପାରିବେ । ଅନ୍ୟପଟେ ୧୦୦ ଫ୍ରୀ ମେସେଜ୍ ର ସୁବିଧା ସବୁ ନେଟୱର୍କରେ ଆପଣ ମାନଙ୍କ ପାଇର୍ ଉପଲବ୍ଧ କରାଯାଉଛି ।

Get real time updates directly on you device, subscribe now.