fbpx
BSKY SKY
BSKY SKY

ବ୍ରିଜ ନିକଟରୁ ଯୁବତୀଙ୍କ ଗଳିତ ମୃତ ଦେହ ଉଦ୍ଧାର; ହତ୍ୟା ସନ୍ଦେହ

BSKY

ଗଞ୍ଜାମ (ଓଡ଼ିଶା ଭାସ୍କର): ପୋଲ କଡ଼ରୁ ଯୁବତୀଙ୍କ ମୃତଦେହ ଠାବ । ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଲାଭଞ୍ଜ ଘୋଡ଼ାହାଡ଼ ବ୍ରିଜ୍‌ ନିକଟରୁ ଠାବ ହୋଇଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସୋମବାର ଘୋଡ଼ାହାଡ଼ ବ୍ରିଜ ନିକଟରେ ଜଣେ ଅଚିହ୍ନ ଯୁବତୀଙ୍କ ଗଳିତ ମୃତଦେହ ଦେଖିଥିଲେ ସ୍ଥାନୀୟଲୋକେ । ତୁରନ୍ତ ଏନେଇ ଦିଗପହଣ୍ଡି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ତେବେ ଯୁବତୀଙ୍କ କେହି ହତ୍ୟା କରି ବ୍ରିଜ୍‌ ନିକଟରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ତଦନ୍ତରୁ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକ ଆଶା କରିଛନ୍ତି ।

Get real time updates directly on you device, subscribe now.