Mahakumbh 2025: କୁମ୍ଭମେଳାରେ ଖୁସି ଖବର ଦେଲା BSNL, ଫ୍ରିରେ ମିଳୁଛି ଡାଟା ସାଙ୍ଗକୁ କଲିଂ
ମହାକୁମ୍ଭରେ ରହିବନି ମୋବାଇଲ ନେଟଓ୍ବର୍କ ସମସ୍ୟା । ଫ୍ରିରେ ଡାଟା ସାଙ୍ଗକୁ କଲିଂ ସୁବିଧା ପ୍ରଦାନ କରିବ ବିଏସଏନଏଲ ।
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ କୁମ୍ଭମେଳା ଆରମ୍ଭ ହୋଇଛି । ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ କୋଟି କୋଟି ଭକ୍ତ ଅଂଶଗ୍ରହଣ କରିବେ । ଏତେ ସଂଖ୍ୟାକୁ ଦୃଷ୍ଟିରେ ରଖି, ମେଳା ପରିସରରେ ଅନେକ ବ୍ୟବସ୍ଥା କରାଯାଇଛି ।
ଏହି ପରିପ୍ରେକ୍ଷୀରେ, ସରକାରୀ ଟେଲିକମ୍ କମ୍ପାନୀ BSNL ମଧ୍ୟ ଭକ୍ତମାନଙ୍କୁ ସେମାନଙ୍କ ପ୍ରିୟଜନଙ୍କ ସହ ଯୋଡ଼ି ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ସମସ୍ତ ଭକ୍ତଙ୍କୁ ମାଗଣା କଲ୍, ଡାଟା ଏବଂ SMS ପ୍ରଦାନ କରିବା ନେଇ ଘୋଷଣା କରିଛି ।
ଏଭଳି ଫାଇଦା ଉଠାଇପାରିବେ ଭକ୍ତ-ବିଏସଏନଏଲ ପକ୍ଷରୁ କୁହାଯାଇଛି ଯେ, ଏହା ମେଳା ପରିସରରେ 50 ଟି ବେସ୍ ଟ୍ରାନ୍ସସିଭର ଷ୍ଟେସନ୍ (BTS) ସ୍ଥାପନ କରାଯାଇଛି । BTSର କାମ ହେଉଛି ମୋବାଇଲ୍ ଡିଭାଇସକୁ ନେଟୱାର୍କ ସହିତ ସଂଯୋଗ କରିବା । ଏହା ମାଧ୍ୟମରେ BSNL ଲୋକମାନଙ୍କୁ ଡିଜିଟାଲ ସେବା ପାଇବାର ସୁଯୋଗ ଦେଉଛି ।
BSNL କୁମ୍ଭମେଳା ପାଇଁ ଏକ ସ୍ୱତନ୍ତ୍ର ସେବା ଆଣିଛି । ଏଥିରେ ଆଗ୍ରହୀ ଲୋକମାନେ କୁମ୍ଭମେଳାର ଭକ୍ତମାନଙ୍କୁ ମାଗଣା ଭଏସ୍, ଡାଟା ଏବଂ SMS ସେବା ପ୍ରଦାନ କରିବ।
4 ପ୍ରକାର ସ୍ପନ୍ସରସିପ୍- ଏହି ସେବା ଅଧୀନରେ BSNL 4 ପ୍ରକାରର ସ୍ପନ୍ସରସିପ ଆରମ୍ଭ କରିଛି । ଯଦି କୌଣସି ବ୍ୟକ୍ତି ୧ BTSରେ ଭକ୍ତଙ୍କ ପାଇଁ ମାଗଣା ଡାଟା, କଲ୍ ଏବଂ SMS ସ୍ପନସର କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ୧୦,୦୦୦ ଟଙ୍କା ଦେବାକୁ ପଡିବ। ସେହିପରି, ଏହି ପରିମାଣ 5 ଟି BTS ପାଇଁ 40,000 ଟଙ୍କା, 30 ଟି BTS ପାଇଁ 90,000 ଟଙ୍କା ଏବଂ 50 ଟି BTS ପାଇଁ 2.5 ଲକ୍ଷ ଟଙ୍କା ଦେବାକୁ ହେବ ।
ଏହା ପରେ କମ୍ପାନୀ ଦ୍ୱାରା ସମ୍ପୃକ୍ତ BTS ରେ ଉପସ୍ଥିତ ସମସ୍ତ ଭକ୍ତଙ୍କୁ ସେବା ଅନୁସାରେ ପ୍ରାୟୋଜକ ବ୍ୟକ୍ତିଙ୍କ ସୂଚନା ପ୍ରଦାନ କରି SMS ପଠାଯିବ। ଏହି ସେବା ଅଧୀନରେ, ଭକ୍ତମାନେ କୌଣସି ଟଙ୍କା ଖର୍ଚ୍ଚ ନକରି କୁମ୍ଭମେଳାରେ ସେମାନଙ୍କ ପ୍ରିୟଜନଙ୍କ ସହ ସଂଯୋଗରେ ରହିବା ପାଇଁ ମାଗଣାରେ SMS, ଡାଟା ଏବଂ କଲିଂ ସୁବିଧା ବ୍ୟବହାର କରିପାରିବେ ।