fbpx

ଆସନ୍ତା ୨୪ ଘଣ୍ଟାରେ ବନ୍ଦ ହୋଇଯିବ BSNL ସିମ୍! ଗ୍ରାହକଙ୍କୁ ପଠାଯାଉଛି ନୋଟିସ୍, ଜାଣନ୍ତୁ କ’ଣ ରହିଛି ମାମଲା ?

Advertisement

ନୂଆଦିଲ୍ଲୀ: BSNL ସିମ୍ ରଖିଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣଙ୍କ ପାଖରେ BSNL ସିମ୍ ଅଛି, ତେବେ ଆସନ୍ତା ୨୪ ଘଣ୍ଟା ଭିତରେ ଆପଣଙ୍କ ସିମ୍ ବନ୍ଦ ହୋଇଯିବ କି ? କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଆସନ୍ତୁ ଜାଣିବା କ’ଣ ରହିଛି ପୂରା ମାମଲା…

୨୪ ଘଣ୍ଟା ମଧ୍ୟରେ ବନ୍ଦ ହୋଇଯିବ ସିମ୍ :-
ଆଜିକାଲି ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି । ନିକଟରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସଏନଏଲର ସିମ୍ ବନ୍ଦ ରହିବ ବୋଲି ଦାବି କରାଯାଉଛି । ଏହି ପୋଷ୍ଟ ଦେଖିବା ପରେ ଫାଷ୍ଟ ଚେକ୍ ଏହାର ସତ୍ୟ ଯାଞ୍ଚ କରିବାକୁ ଚେଷ୍ଟା କରିଥିଲା ।

ପିଆଇବିର ନିଜର ଅଫିସିଆଲ ଟ୍ୱିଟରେ କହିଛି ଏହାର ସତ୍ୟତା ବିଷୟରେ କହିଛି । ପିଆଇବି ଲେଖିଛି ଯେ, ଟ୍ରାଇ ପକ୍ଷରୁ ଗ୍ରାହକମାନଙ୍କୁ କେୱାଇସି ସସପେଣ୍ଡ କରାଯାଇଛି ଓ ଆସନ୍ତା ୨୪ ଘଣ୍ଟାରେ ସିମ୍ ବନ୍ଦ ହୋଇଯିବ । ଏହାର ସତ୍ୟତା ଯାଞ୍ଚ କରିବା ପରେ ଜଣାପଡିଛି କି, ଏହି ପୋଷ୍ଟ ସମ୍ପୂର୍ଣ୍ଣ ନକଲି । ପିଆଇବି ଏହି ଦାବିକୁ ଖାରଜ କରିଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏଭଳି ମିଥ୍ୟା ଖବରଠାରୁ ଦୂରରେ ରୁହନ୍ତୁ ଏବଂ ଏହି ଖବର କାହା ସହିତ ସେୟାର କରନ୍ତୁ ନାହିଁ । ଯଦି ଆପଣ କୌଣସି ଭାଇରାଲ୍ ମେସେଜର ସତ୍ୟତା ଜାଣିବାକୁ ଚାହାଁନ୍ତି, ତେବେ ଆପଣ ଏହି ମୋବାଇଲ୍ ନମ୍ବର ୯୧୮୭୯୯୭୧୧୨୫୯ କିମ୍ବା [email protected] ରେ ମେଲ୍ କରିପାରିବେ ।

Get real time updates directly on you device, subscribe now.