fbpx

ମାୟାବତୀ ଘୋଷଣା କଲେ ନିଜର ଉତ୍ତରାଧିକାରୀ, ଜାଣନ୍ତୁ କିଏ ସେହି ନେତା

Advertisement

ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ସୁଶ୍ରୀ ମାୟାବତୀ ନିଜର ଉତ୍ତରାଧିକାରୀ ଘୋଷଣା କରିଛନ୍ତି । ରବିବାର ହୋଇଥିବା ଏକ ବୈଠକରେ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିଛନ୍ତି । ମାୟାବତୀଙ୍କ ଅନୁପସ୍ଥିତିରେ ଏବେ ଆକାଶ ଆନନ୍ଦ ହିଁ ବିଏସ୍‌ପିର ଦାୟିତ୍ୱ ସମ୍ଭାଳିବେ । କିଛି ମାସ ପୂର୍ବରୁ ମାୟାବତୀ ଆକାଶ ଆନନ୍ଦଙ୍କୁ ବିଏସପିର ରାଷ୍ଟ୍ରୀୟ ସଂଯୋଜକ ଦାୟିତ୍ୱ ଦେଇଥିଲେ । ଆକାଶଙ୍କୁ ବିଏସପି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନାରେ ହୋଇଥିବା ନିର୍ବାଚନରେ ବଡ ଦାୟିତ୍ୱ ଦେଇଥିଲେ । ଆକାଶ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବହୁ ନିର୍ବାଚନ ର‌୍ୟାଲି ବି କରିଥିଲେ ।

ବିଏସ୍‌ପି ନେତା ଉଦୟବୀର ସିଂହ ମିଡିଆ ସହ ଆଲୋଚନା ସମୟରେ କହିଛନ୍ତି, ମାୟାବତୀ ଆକାଶ ଆନନ୍ଦଙ୍କୁ ନିଜର ଉତ୍ତରାଧିକାରୀ ଘୋଷିତ କରିଛନ୍ତି । ଦଳର ନେତାଙ୍କ ବୈଠକରେ ମାୟାବତୀ କହିଛନ୍ତି ତାଙ୍କ ଅନୁପସ୍ଥିତିରେ ଆକାଶ ବିଏସପିର ସମସ୍ତ ଦାୟିତ୍ୱ ସମ୍ଭାଳିବେ । ଯେଉଁସବୁ ରାଜ୍ୟରେ ବିଏସପିର ସଂଗଠନ ଦୂର୍ବଳ ରହିଛି ସେଠାରେ ଆକାଶ ଦଳକୁ ସୁଦୃଢ କରିବା ଦିଗରେ କାମ କରିବେ ।

ମାୟାବତୀ କହିଛନ୍ତି ୨୦୨୪ ନିର୍ବାଚନ ଲାଗି ଦଳ କୌଣସି ଅନ୍ୟ ଦଳ ସହ ମେଣ୍ଟ କରିବ ନାହିଁ । ମେଣ୍ଟ କରିବା ଦ୍ୱାରା ଦଳର କ୍ଷତି ହୋଇଥାଏ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.