fbpx

ପଦ୍ମ ପୁରସ୍କାର ଫେରାଇଦେଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ: ଜାଣନ୍ତୁ କଣ ରହିଛି କାରଣ(Video)

ନୂଆଦିଲ୍ଳୀ: କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଏଥର ଦେଶର ପ୍ରଥମ ସିଡିଏସ୍‌ ତଥା ସ୍ବର୍ଗତ ବିପିନ ରାୱତ (ମରଣୋତ୍ତର), ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ (ମରଣୋତ୍ତର)ଙ୍କ ସମେତ ମୋଟ ୪ ଜଣ ହସ୍ତୀଙ୍କୁ ପଦ୍ମ ବିଭୂଷଣ ସମ୍ମାନ ଦିଆଯାଇଛି। ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି। ପଦ୍ମଭୂଷଣ ଗ୍ରହଣ କରିବାକୁ ଥିବା ତାଲିକାରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନାଁ ମଧ୍ୟ ରହିଛି। କିନ୍ତୁ ଶ୍ରୀ ଭଟ୍ଟାଚାର୍ଯ୍ୟ ଏହି ମର୍ଯ୍ୟଦାଜନକ ସମ୍ମାନ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।

ଭଟ୍ଟାଚାର୍ଯ୍ୟ କହିଛନ୍ତି, ପଦ୍ମ ପୁରସ୍କାର ବାବଦରେ ତାଙ୍କୁ କିଛି କୁହାଯାଇ ନାହିଁ। ସୂଚନାଯୋଗ୍ୟ, ଶ୍ରୀ ଭଟ୍ଟାଚାର୍ଯ୍ୟ ୨୦୦୦ରୁ ୨୦୧୧ ମସିହା ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ। ସିପିଆଇଏମ୍‌ ସାଧାରଣ ସଂପାଦକ ସୀତାରାମ ୟେଚୁରୀ ଟୁଇଟ୍‌ କରି କହିଛନ୍ତି ଯେ, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ କହିବା ଅନୁସାରେ ‘ମୋତେ ପଦ୍ମଭୂଷଣ ସମ୍ମାନ’ ବାବଦରେ କିଛି ଜଣା ନାହିଁ। ମୋତେ ଏବାବଦରେ କୌଣସି ବ୍ୟକ୍ତି କିଛି କହି ନାହାନ୍ତି। ଯଦି ମୋତେ ପଦ୍ମଭୂଷଣ ଦିଆଯାଇଛି, ତା’ହେଲେ ଏହାକୁ ସ୍ବୀକାର କରିବାର‌େ ମନା କରୁଛି। ତେବେ ବୁଦ୍ଧଦେବଙ୍କ ଏଭଳି ବୟାନ ଯୋଗୁଁ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

Get real time updates directly on you device, subscribe now.