fbpx

ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଆଗତ

ନୂଆଦିଲ୍ଲୀ, ୧ା୨ : ସଂସଦରେ ଆଜି ସାଧାରଣ ବଜେଟ୍ ଆଗତ ହୋଇଛି । ୨୦୨୧-୨୨ ଆର୍ଥିକ ବଜେଟ୍ ଆଗତ ହୋଇଛି । ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମଥର ପାଇଁ ଟ୍ୟାବରେ ପଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ‘କରୋନା ଭଳି କଠିନ ସ୍ଥିତିରେ ବଜେଟ୍ ଆସିଛି । କରୋନା ସଙ୍କଟ ଯୋଗୁଁ ଏହି ବଜେଟ୍ ଐତିହାସିକ । ଲକଡାଉନରେ ପିଏମଜିକେୱାଇ ଯୋଜନାର ଘୋଷଣା ହୋଇଥିଲା । ପିଏମଜିକେୱାଇରେ ୨.୭୬ ଲକ୍ଷ କୋଟି ଆବଣ୍ଟନ ହୋଇଥିଲା । ଏଥିରେ ୧୨ କୋଟିରୁ ଅଧିକ ଲୋକଙ୍କ ସୁବିଧା ମିଳିଛି । ମୋଟ ଆତ୍ମନିର୍ଭର ଭାରତ ପ୍ୟାକେଜ୍ ୨୭.୧ ଲକ୍ଷ କୋଟିର ରହିଛି । ଜିଡିପିର ୧୩% ମୋଟ ଆତ୍ମନିର୍ଭର ଭାରତ ପ୍ୟାକେଜକୁ ଦିଆଯାଇଛି । ଏହି ପ୍ୟାକେଜ୍ ଯୋଗୁ ଏମଏସଏମଇ, ଟ୍ୟାକ୍ସ କ୍ଷେତ୍ରରେ ସୁଧାର ହେବ । ୮ କୋଟି ଲୋକଙ୍କୁ ମାଗଣାରେ ଗ୍ୟାସ ଯୋଗାଇଦିଆଯାଇଛି । ୧୦୦ରୁ ଅଧିକ ଦେଶକୁ ଟିକା ଯୋଗାଇବୁ । ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିବ । ୪୦ କୋଟି ଗରିବ ଓ ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ । ୨୦୨୧ରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବୁ । ’

 

ଏହା ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଜଳଜୀବନ ମିଶନ ପାଇଁ ୨.୮୭ ଲକ୍ଷ କୋଟି ରହିଛି । ୪୨ ସହରାଞ୍ଚଳରେ ବାୟୂ ପ୍ରଦୂଷଣ ରୋକିବା ପାଇଁ ୨,୨୧୭ କୋଟି ଟଙ୍କା ବଜେଟ୍ ରହିଛି । ପୁରୁଣା ଗାଡି ପାଇଁ ସ୍କ୍ରାପ ପଲିସି । ୧୩ଟି ସେକ୍ଟର ପାଇଁ ପିଏମଆଇ ସ୍କିମ ଆସିବ ।

Get real time updates directly on you device, subscribe now.