fbpx

ବଜେଟ୍: ପେଟ୍ରୋଲ ଓ ଡିଜେଲ ଉପରେ ଲାଗିଲା ସେସ୍

ନୂଆଦିଲ୍ଲୀ, ୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି । ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ପେଟ୍ରୋଲ ଓ ଡିଜେଲ ଉପରେ ସରକାର ଫାର୍ମ ସେସ୍ ଲାଗୁ କରିଛନ୍ତି । ଫଳରେ ଉଭୟ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବ ବୋଲି କୁହାଯାଇଛି । ତେବେ ପେଟ୍ରୋଲ ଉପରେ ୨ ଟଙ୍କା ୫୦ ପଇସା ଓ ଡିଜେଲ ଉପରେ ୪ ଟଙ୍କାର ଫାର୍ମ ସେସ୍ ଲଗାଯାଇଛି । ତେବେ ଏହି ସେସ୍ କମ୍ପାନୀମାନଙ୍କୁ ଦେବାକୁ ପଡ଼ିବ ଓ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ବଜେଟରେ କୁହାଯାଇଛି ।

Get real time updates directly on you device, subscribe now.