fbpx

ବଜେଟକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ: ସାଧାରଣ ଲୋକଙ୍କ ପାଇଁ ନୂଆ ଅବସର ଆଣିବ ବଜେଟ୍

ନୂଆଦିଲ୍ଳୀ: ବଜେଟକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟ ଗରିବ କଲ୍ୟାଣକାରୀ ବଜେଟ ବୋଲି କହିଲେ ପ୍ରଧାନମନ୍ତ୍ରୀ । ଅଧିକ ନିବେଶ, ଅଧିକ ଅଭିବୃଦ୍ଧି, ଅଧିକ ନିଯୁକ୍ତ ସୁଯୋଗ ସୃଷ୍ଟିକାରୀ ହେବ ବଜେଟ । ବଜେଟ ତକ୍ରାଳ ଆବଶ୍ୟକତାକୁ ସମାଧାନ କରିବାର କ୍ଷମତା ବହନ କରୁଛି । ଯୁବ ମଧ୍ୟମବର୍ଗ, ଦଳିତ, ଗରିବ ବଜେଟରୁ ଲାଭାନ୍ୱିତ ହେବେ । ପ୍ରତି ଗରିବ ପାଖରେ ଜୀବନଧାରଣ ଆବଶ୍ୟକତା ପହଞ୍ଚାଇବାକୁ ବଜେଟ ସକ୍ଷମ । ବଜେଟକୁ ନେଇ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଆମର ଉତ୍ସାହ ବଢ଼ାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବଜେଟ ୧୦୦ ବର୍ଷର ଭୟାନକ ବିପତ୍ତି(କୋଭିଡ-୧୯) ମଧ୍ୟରେ ବିକାଶର ନୂଆ ବିଶ୍ୱାସ ନେଇ ଆସିଛି । ଏହି ବଜେଟ ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ସହ ସାଧାରଣ ଲୋକଙ୍କ ପାଇଁ ଅନେକ ନୂଆ ଅବସର ଆଣିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବଜେଟ୍ ର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଗରିବଙ୍କ କଲ୍ୟାଣ ଦିଗରେ ରହିଛି । ସବୁ ଗରିବଙ୍କ ପାଖରେ ପକ୍କା ଘର, ଟ୍ୟାପ୍ ପାଣି, ଶୌଚାଳୟ, ଗ୍ୟାସ୍ ସୁବିଧା ହେବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହା ସହ ଆଧୁନିକ ଇଣ୍ଟରନେଟ୍ ସଂଯୋଗ ଉପରେ ମଧ୍ୟ ସେହିଭଳି ଭାବରେ ଜୋର ଦିଆଯାଉଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହା ଦେଶର ପ୍ରଥମ ଥର ଯେତେବେଳେ ହିମାଚଳ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର, ନର୍ଥ ଇଷ୍ଟ ପାଇଁ ପର୍ବତମାଳା ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ମାଧ୍ୟମରେ ପାହାଡ଼ି ଅଞ୍ଚଳରେ ପରିବହନ ଏକ ଆଧୁନିକ ପ୍ରଣାଳୀର ନିର୍ମାଣ କରିବ ।

Get real time updates directly on you device, subscribe now.