fbpx

ବଜେଟ୍ ୨୦୨୧-୨୨ରେ ଜାଣନ୍ତୁ କ’ଣ କେତେ ଶସ୍ତା ଆଉ କ’ଣ କେତେ ମହଙ୍ଗା

ନୂଆଦିଲ୍ଲୀ, ୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି । ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ । ବିଭିନ୍ନ କ୍ଷେତ୍ରକୁ ଏହି ବଜେଟରେ ସାମିଲ କରାଯାଇଥିଲା । ତେବେ ବଜେଟ ପରେ ଅନେକ ସାମଗ୍ରୀ ଶସ୍ତା ଆଉ କିଛି ମହଙ୍ଗା ହେବ ବୋଲି ଆକଳନ କରାଯାଇଛି । କେଉଁ ସବୁ ଜିନିଷ ଶସ୍ତା ଓ ମହଙ୍ଗା ହେବ, ଆସନ୍ତୁ ସେ ବିଷୟରେ ଆଲୋଚନା କରିବା ।

ଶସ୍ତା:-

  •  ଷ୍ଟିଲ ଉପରୁ କଷ୍ଟମ ଡ୍ୟୁଟି ୧୦ ପ୍ରତିଶତ ହ୍ରାସ କରାଯାଇଛି ।
  •  ସୁନା ଓ ରୂପା ଉପରୁ କଷ୍ଟମ ଡ୍ୟୁଟି ୧୦ ପ୍ରତିଶତ ହ୍ରାସ କରାଯାଇଛି ।
  •  ତମ୍ବା ଉପରୁ କଷ୍ଟମ ଡ୍ୟୁଟି ୨.୫ ପ୍ରତିଶତ ହ୍ରାସ କରାଯାଇଛି ।

ମହଙ୍ଗା:-

  • କଟନ ଉପରେ କଷ୍ଟମ ଡ୍ୟୁଟି ୧୦ ପ୍ରତିଶତ ବୃଦ୍ଧି କରାଯାଇଛି ।
  •  ମୋବାଇଲ ଫୋନ ଓ ପାୱାର ବ୍ୟାଙ୍କ ଉପରେ କଷ୍ଟମ ଡ୍ୟୁଟି ୨.୫ ପ୍ରତିଶତ ବୃଦ୍ଧି କରାଯାଇଛି ।
  •  ସୋଲାର ଇନଭର୍ଟର ଉପରେ କଷ୍ଟମ ଡ୍ୟୁଟି ୫ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
  • ସୋଲାର ଲ୍ୟାଣ୍ଟର୍ଣ୍ଣ ଉପରେ କଷ୍ଟମ ଡ୍ୟୁଟି ୫ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
  •  କିଛି ଅଟୋ ପାର୍ଟସ ଉପରେ କଷ୍ଟମ ଡ୍ୟୁଟି ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
  •  ଫାର୍ମ ସେସ କାରଣରୁ ପେଟ୍ରୋଲ ପାଖାପାଖି ୪ ଟଙ୍କା ଓ ଡିଜେଲ ଅଢ଼େଇ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ ।

Get real time updates directly on you device, subscribe now.