fbpx

ଶ୍ରୀମନ୍ଦିର ପାଇଁ୧୯୦.୨୬ କୋଟିର ବଜେଟକୁ ଅନୁମୋଦନ, ଜାଣନ୍ତୁ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ କେତେ

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ବଜେଟ୍କୁ ଅନୁମୋଦନ ମିଳିଛି । ପରିଚାଳନା କମିଟି ମିଟିଂରେ ଶ୍ରୀମନ୍ଦିର ବଜେଟକୁ ମିଳିଛି ଅନୁମୋଦନ । ଶ୍ରୀମନ୍ଦିରର ମୋଟ ବଜେଟ ପରିମାଣ ୧୯୦.୨୬ କୋଟି ଟଙ୍କା ରହିଛି । ସେଥିରେ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୨ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ରାଜସ୍ୱ ସୂତ୍ରରୁ ଆୟ ୧୦୬ କୋଟି ହୋଇଥିବା ବେଳେ ବ୍ୟୟ ହେବ ପ୍ରାୟ ୮୫ କୋଟି ଟଙ୍କା । ରାଜସ୍ୱ ବଳକା ପାଇଁ ୨୧ କୋଟି ରହିବା ନେଇ ଆକଳନ କରାଯାଇଛି । ତେବେ ଖଣିରୁ ୧୫ କୋଟି, ବ୍ୟାଙ୍କ ସୁଧରୁ ୩୭ କୋଟି ଓ ହୁଣ୍ଡିରୁ ୬ କୋଟି ଟଙ୍କା ଆୟ ହୋଇଛି । ଖଣିରୁ ପଥର ଆମଦାନୀ ପାଇଁ ଓଏମସି ସହ ଚୁକ୍ତି ହେବ । ଖଣିରୁ ଆୟ ପାଇଁ ୭୦ କୋଟି ଟଙ୍କାର ଲକ୍ଷ୍ୟ ରଖାଯାଇଛି ।

ଅନ୍ୟପଟେ ମହାପ୍ରଭୁଙ୍କ ନୀତିକାନ୍ତି ସାମଗ୍ରୀର ମାନ ଓ ପରିମାଣ ବୃଦ୍ଧି ହେବ । ସୂର୍ଯ୍ୟ ମନ୍ଦିର ଦ୍ୱାରର ହେବ ରୂପା ଛାଉଣୀ । ଜଣେ ଦାତାଙ୍କ ଦ୍ୱାରା ରୂପା ଛାଉଣୀ କରାଯିବ । ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଶୁବଶ୍ରୀଘ୍ର ଡ୍ରେସକୋଡ୍ ଲାଗୁ ହେବ । ଏନେଇ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠରେ ନିଷ୍ପତ୍ତି ନିଆଯାଇଛି । ବଜେଟ୍ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.