fbpx

ବଜେଟ୍ ଅଧିବେଶନ ଆରମ୍ଭ: ଜାଣନ୍ତୁ କ’ଣ କହିଲେ ରାଷ୍ଟ୍ରପତି?

ନୂଆଦିଲ୍ଲୀ,୨୯ ।୧: ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ‘କରୋନା ସମୟରେ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କରୋନା ବିରୋଧରେ ଦେଶ ଏକଜୁଟ୍ ହୋଇ ଲଢିଛି । ଯେତେ ସମସ୍ୟା ଆସିଲେ ବି ଦେଶ ଅଟକିଯିବ ନାହିଁ । କରୋନା କାଳରେ ଦେଶ ନୂଆ ସାମର୍ଥ୍ୟ ସହ ଆସିଛି । କରୋନା ସମୟରେ ସରକାର ପ୍ରବାସୀଙ୍କ କଥା ଚିନ୍ତା କରିଛନ୍ତିି । ସଠିକ୍ ନିଷ୍ପତ୍ତି ଯୋଗୁଁ କରୋନା ନିୟନ୍ତ୍ରଣରେ ରହିପାରିଛି । ଗରିବଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଇଛି । ଲୋକଙ୍କୁ ମାଗଣା ରାସନ ଓ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ହୋଇଥିଲା । ଉଜ୍ୱଳା ଯୋଜନାରେ ମହିଳାଙ୍କୁ ୧୪ କୋଟି ସିଲିଣ୍ଡର ମିଳିଥିଲା । ସ୍ୱାମୀନାଥନ ସୁପାରିସ ଲାଗୁ କରି ଏମଏସପି ଦେଢଗୁଣା କରାଯାଇଛି । ଜଳ ସେଚନ ସୁବିଧା ବଢିଛି, ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଛି । ୨୦୧୪ରେ ୨୩୪ ମିଲିୟନ ଟନ୍ ଖାଦ୍ୟ ଉତ୍ପାଦନ ହେଉଥିଲା । ଏବେ ଦେଶର ଖାଦ୍ୟ ଉତ୍ପାଦନର ପରିମାଣ ୧୯୬ ମିଲିୟନ୍ ଟନ୍ ରହିଛି ।’

ଏହା ସହ ରାଷ୍ଟ୍ରପତି କହିଛନ୍ତି ଯେ, ‘ ଅର୍ଥନୀତିକୁ ପରିଚାଳନା କରିବା ପାଇଁ ଏକ ରେକର୍ଡ ଅର୍ଥନୈତିକ ପ୍ୟାକେଜ୍ ଘୋଷଣା ହେବା ସହିତ ମୋର ସରକାର ମଧ୍ୟ ଯତ୍ନବାନ ଥିଲେ ଯେ କୌଣସି ଗରିବ ଲୋକ ଭୋକରେ ରହିବେ ନାହିଁ। କରୋନା କାଳରେ ଯେପରି କେହି ଭୋକିଲା ନ ରହିବେ ସେଥିପାଇଁ ସରକାର ରେକର୍ଡ ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮ ମାସ ପର୍ଯ୍ୟନ୍ତ ୫ କିଲୋ ଲେଖାଏଁ ଚାଉଳ ୮୦ କୋଟି ଲୋକଙ୍କୁ ଦିଆଯାଇଛି । ଜନଧନ ଖାତାରେ ଗରିବ ମହିଳାଙ୍କ ଖାତାକୁ ୩୧ ହଜାର କୋଟି ଯାଇଛି । ମୋ ସରକାରରେ ମହିଳା ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଦେଶର ମାତୃ ଓ ଶିଶୁ ମାତ୍ୟୃହାର କମିବାରେ ଲାଗିଛି । ବିଦ୍ୟାର୍ଥୀଙ୍କ ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି । ରାଷ୍ଟ୍ରୀୟ ଶିକ୍ଷାନୀତିରେ ମଧ୍ୟ ପରିବର୍ତ୍ତନ ଆସିଛି । ୨୦୨୨ ସୁଦ୍ଧା ସବୁ ଗରିବଙ୍କୁ ଘର ମିଳିବାର ଲକ୍ଷ୍ୟ ରଖାଯାଇଛି । ମୋଦୀ ସରକାର ‘ଜଳ ଜୀବନ ମିଶନ’ ଯୋଜନାରେ କାମ କରୁଛନ୍ତି । ପ୍ରତି ଘରକୁ ସ୍ୱଚ୍ଛ ପାଣି ପହଞ୍ଚାଇବାର ଳକ୍ଷ୍ୟ ରଖାଯାଇଛି । ୩ କୋଟି ପରିବାରକୁ ପାଣି ସୁବିଧା ଯୋଗାଣ ହୋଇଛି ।’

Get real time updates directly on you device, subscribe now.