fbpx

୨୯ ଜୁନ୍ ପର୍ଯ୍ୟନ୍ତ ମିଥୁନ ରାଶିରେ ରହିବେ ବୁଧ, ଏହି ୪ ରାଶି ଉପରେ ପଡିବ ନକାରାତ୍ମକ ପ୍ରଭାବ

Advertisement

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହ ଚଳନର ବିଶେଷ ମହତ୍ତ୍ୱ ରହିଛି । ବୁଧ ଗ୍ରହଙ୍କୁ ବକ୍ତବ୍ୟ ଏବଂ ବୁଦ୍ଧିର କାରକ ଭାବରେ ବିବେଚନା କରାଯାଇଥାଏ । ଯେଉଁମାନଙ୍କର ରାଶିରେ ବୁଧଙ୍କ ସ୍ଥିତି ମଜବୁତ ଥାଏ ସେମାନଙ୍କୁ ଶୁଭଫଳ ମିଳିଥାଏ । ବର୍ତ୍ତମାନ ବୁଧ ନିଜ ରାଶି ମିଥୁନରେ ଅବସ୍ଥିତ ଅଛନ୍ତି । ୨୯ ଜୁନ୍ ୨୦୨୪ ପର୍ଯ୍ୟନ୍ତ ବୁଧ ମିଥୁନ ରାଶିରେ ରହିବେ । ବୁଧଙ୍କ ଚଳନ ମିଥୁନ ରାଶିରେ ହେବା କାରଣରୁ କେତେକ ରାଶିର ବ୍ୟକ୍ତିବିଶେଷଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ବୁଧଙ୍କ ନକାରାତ୍ମକ ପ୍ରଭାବ ପଡିବ ।

କର୍କଟ ରାଶି
ବୁଧଙ୍କ ଚଳନର ଅପ୍ରୀତିକର ଫଳାଫଳ ଆପଣଙ୍କୁ ମିଳିପାରେ । ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । କୌଣସି ଅନାବଶ୍ୟକ ବିତର୍କ କରନ୍ତୁ ନାହିଁ ।

ବିଛା ରାଶି
ଆପଣଙ୍କୁ ୨୯ ଜୁନ୍ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡିବ । ଏହି ସମୟ ମଧ୍ୟରେ ଆପଣ ଆର୍ଥିକ କ୍ଷତି ସହିପାରନ୍ତି । ବ୍ୟବସାୟରେ କ୍ଷତି ହୋଇପାରେ । ଏହି ସମୟ ମଧ୍ୟରେ ଦୂରଯାତ୍ରା କରନ୍ତୁ ନାହିଁ । ଜୀବନସାଥୀଙ୍କ ସହ ମନାନ୍ତର ହୋଇପାରେ ।

ମକର ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଭଲ ହେବ ନାହିଁ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଅନାବଶ୍ୟକ ଭାବରେ କ୍ରୋଧିତ ହୋଇପାରନ୍ତି । ନିଜ କ୍ୟାରିୟରକୁ ନେଇ ଚିନ୍ତା ପ୍ରକାଶ କରିପାରନ୍ତି । ଏହି ସମୟ ମଧ୍ୟରେ କାହା ସହିତ ଯୁକ୍ତିତର୍କ ହୋଇପାରେ । ଅନାବଶ୍ୟକ ଝଗଡାରୁ ନିବୃତ ରୁହନ୍ତୁ ।

ମୀନ ରାଶି
ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଏହି ସମୟ ମଧ୍ୟରେ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ହେବ । ବ୍ୟବସାୟରେ କ୍ଷତି ହୋଇପାରେ । ମାନସିକ ସମସ୍ୟାର ସାମ୍ନା କରିବାକୁ ପଡିବ । ଜୀବନସାଥୀଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ । ତେଣୁ ଭାବି ଚିନ୍ତି ନିଷ୍ପତ୍ତି ନେବା ଆପଣଙ୍କ ପାଇଁ ଭଲ ହେବ ।

 

Get real time updates directly on you device, subscribe now.