fbpx

ମଦୁଆଙ୍କ ମୁଣ୍ଡରେ ଚଡ଼କ: ଆସନ୍ତାକାଲିଠାରୁ ମହଙ୍ଗା ହେବ ମଦ

ନୂଆଦିଲ୍ଲୀ, ୧ା୨: ନୂଆଦିଲ୍ଲୀ, ୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ବିଭିନ୍ନ କ୍ଷେତ୍ରକୁ ସାମିଲ କରାଯାଇଥିଲା । କିଛି ସାମଗ୍ରୀ ଶସ୍ତା ଆଉ କିଛି ମହଙ୍ଗା ହେବ ବୋଲି କୁହାଯାଉଛି । ତେବେ ସରକାର ଶତପ୍ରତିଶତ କୃଷି ଭିତ୍ତିଭୂମି ସେସ୍ ଲାଗୁକରିଥିବାରୁ ମଦ ଆସନ୍ତା କାଲିଠାରୁ ମହଙ୍ଗା ହେବ ବୋଲି କୁହାଯାଇଛି ।

ଅର୍ଥମନ୍ତ୍ରୀ ବଜେଟରେ ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ କୌଣସି ଲାଭଜନକ ଘୋଷଣା କରିନାହାନ୍ତି । ନିଶା ପାନୀୟ ଉପରେ କେନ୍ଦ୍ର ସରକାର ଶତ ପ୍ରତିଶତ ସେସ୍ ଲାଗୁ କରିଛନ୍ତି । ଫଳରେ ମଦ ଦର ବୃଦ୍ଧି ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଆସନ୍ତା କାଲି ଅର୍ଥାତ ଫେବୃଆରୀ ମାସ ୨ ତାରିଖରୁ ମଦ ମହଙ୍ଗା ହେବ । ଏହା ସହ ବିଦେଶୀ ମୋବାଇଲ, ମୋବାଇଲ ଉପକରଣ, ବିଦେଶୀ କପଡ଼ା, ବିଦେଶୀ ଅଟୋ ପାର୍ଟସ, ବିଦ୍ୟୁତ ଉପକରଣ, ସୁନା, ରୂପା, ଷ୍ଟିଲ, ସାମଗ୍ରୀ, ତମ୍ବା ସାମଗ୍ରୀ ଶସ୍ତା ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.