fbpx

ଚୋରି ଘଟଣାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ବଢ଼ିଲା ବିବାଦ: ମାମଲାର ସମାଧାନ କଲା ମଇଁଷି

ନୂଆଦିଲ୍ଲୀ, ୨୦ା୨: ଉତ୍ତରପ୍ରଦେଶରେ ଏକ ଚୋରି ମାମଲାକୁ ଦେଇ ଦୁଇବନ୍ଧୁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ ଶେଷରେ ଏହି ଘଟଣାର ସମାଧାନ ହୋଇପାରିଥିଲା, ମାତ୍ର ପୋଲିସ ଦ୍ୱାରା ନୁହେଁ । ଗୋଟିଏ ମଇଁଷି ଏହି ଘଟଣାକୁ ସମାଧାନ କରିପାରିଥିଲା । ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ସତ୍ୟ ଅଟେ ।

କନୌଜ ଜିଲ୍ଲାର ଜଳେଶ୍ୱର ସହରର ଅଲ୍ଲୀ ନଗରରେ ବିରେନ୍ଦ୍ର ନାମକ ଜଣେ ଯୁବକ ରୁହନ୍ତି । ତାଙ୍କର ମଇଁଷିକୁ ତାଙ୍କ ସାଙ୍ଗ ଧର୍ମେନ୍ଦ୍ର ଚୋରି କରି ନେବା ସହ ଅନ୍ୟ ଜଣଙ୍କୁ ବକ୍ରି କରିଦେଇଛନ୍ତି ବୋଲି ବିରେନ୍ଦ୍ର ପୋଲିସରେ ଅଭିଯୋଗ କରିଥିଲେ । ମାତ୍ର ଧର୍ମେନ୍ଦ୍ର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିବା ସହ କହିଥିଲେ ଯେ, ମଇଁଷିଟିର ମାଲିକ ସେ ନିଜେ ଅଟନ୍ତି ।

ଏହାପରେ ମଇଁଷିଟିକୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା । ଉଭୟ ବିରେନ୍ଦ୍ର ଓ ଧର୍ମେନ୍ଦ୍ରଙ୍କୁ ମଇଁଷିକୁ ଡାକିବାକୁ କୁହାଗଲା । ଦେଖିବାକୁ ମିଳିଲା ଯେ, ମଇଁଷିଟି ଧର୍ମେନ୍ଦ୍ରଙ୍କ ପାଖକୁ ଚାଲିଯାଇଥିଲା, ଯାହାଦ୍ୱାରା ସେ ମଇଁଷିର ପ୍ରକୃତ ମାଲିକ ବୋଲି ପ୍ରମାଣିତ ହୋଇଥିଲା । ମଇଁଷିର ପ୍ରକୃତ ମାଲିକ କିଏ ତାହା ଜାଣିବା ପାଇଁ ଏହି ଉପାୟ ଗ୍ରହଣ କରାଯାଇଥିଲା ବୋଲି ଜଣେ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.