fbpx

ମାଲିକକୁ ବଞ୍ଚାଇବା ପାଇଁ ନିଜ ଜୀବନ ଦେଇ ଦେଲା ମଇଁଷି, କରେଣ୍ଟ ଝଟକାରେ ଚାଲିଗଲା ଜୀବନ

ଉତ୍ତର ପ୍ରଦେଶର: ପଶୁ ପକ୍ଷୀଙ୍କୁ ଭଲପାଇବା ଦେଲେ ସେମାନେ ମଧ୍ୟ ମଣିଷକୁ ଭଲ ପାଆନ୍ତି । ସେମାନେ ମଧ୍ୟ ସ୍ନେହ ଏବଂ ମମତାର ଭାଷା ବୁଝିପାରନ୍ତି । ସେମାନେ ଏତେ ବିଶ୍ୱସ୍ତ ହୋଇଥାନ୍ତି ଯେ ନିଜ ମାଲିକ ପାଇଁ କିଛି ବି କରିପାରନ୍ତି । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଘଟଣାଟି ଉତ୍ତର ପ୍ରଦେଶର ଭଦୋହୀର । ଗୋଟିଏ ମଇଁଷି ନିଜ ମାଲିକକୁ ବଞ୍ଚାଇବା ପାଇଁ ନିଜ ଜୀବନ ଦେଇଦେଇଛି । ଏବେ ଚାରିଆଡେ ମଇଁଷିର ବିଶ୍ୱସନୀୟତାକୁ ନେଇ ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ ଭଦୋହୀର ବାବୁସରାୟ ଗାଁର ୫୫ ବର୍ଷୀୟ ପାରସ ପଟେଲ ରାତିରେ ଘର ବାହାରେ ଶୋଇଥିଲେ । ରାତି ଅଧରେ ଅଚାନକ ବର୍ଷା ହେଲା । ପାରସ ପଟେଲ ନିଜ ଖଟରୁ ଉଠି ତରବରରେ ଭିତରକୁ ଯିବାକୁ ବାହାରିଲେ । କିନ୍ତୁ ସେହି ସମୟରେ ଇଲେକ୍ଟ୍ରିକ୍‌ ତାର ସଂସ୍ପର୍ଶରେ ଚାଲିଆସିଲେ । ପାରସ ପଟେଲ ଏକ ବାଡି ସାହାଯ୍ୟରେ ତାକୁ ହଟାଇବାକୁ ଚେଷ୍ଟା କଲେ । କିନ୍ତୁ ତାରଟି ମୋଡି ହୋଇ ତାଙ୍କ ଶରୀରରେ ଲାଗିଗଲା । ଘଟଣାସ୍ଥଳରେ ପାରସଙ୍କ ମୃତ୍ୟୁ ହୋଇଗଲା । ସେହି ସମୟରେ ତାଙ୍କ ପୁଅ ଶିବଶଙ୍କର ସେଠାରେ ପହଞ୍ଚିଲେ ଏବଂ ପିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେ । କିନ୍ତୁ ତାର ସଂସ୍ପର୍ଶରେ ଆସି ଛଟପଟ ହେଲେ । ନିଜ ମାଲିକକୁ ଏଭଳି ସମସ୍ୟାରେ ଦେଖି ନିକଟରେ ଖୁଣ୍ଟରେ ବନ୍ଧା ହୋଇଥିବା ତାଙ୍କ ମଇଁଷି ଶିବଶଙ୍କରଙ୍କୁ ବଞ୍ଚାଇବା ପାଇଁ ଦୌଡିଆସିଲା । ମାଲିକକୁ ବଞ୍ଚାଇବା ସମୟରେ ସେ ମଧ୍ୟ ତାରରେ ଲାଗିଯାଇଥିଲା । କିନ୍ତୁ ମଇଁଷିଟି ନିଜ ମାଲିକକୁ ଧକ୍କା ମାରି ବଞ୍ଚାଇଦେଲା କିନ୍ତୁ ନିଜେ କରେଣ୍ଟ ଲାଗି ମରିଗଲା । ଶିବଶଙ୍କରଙ୍କର ଏବେ ଚିକିତ୍ସା ଚାଲିଛି । ଘଟଣାକୁ ନେଇ ସାରା ଗାଁରେ ଚର୍ଚ୍ଚା ହୋଇଗଲା ।

Get real time updates directly on you device, subscribe now.