(Video): ଭୁଶ୍-ଭାଶ ଗଳିଲା ଛାତ… ଭୂଇଁରେ ପଶିଲା କାର୍…ନିମିଷକରେ ମାଟିରେ ମିଶିଲା ଅଟାଳିକା

ପୋର୍ଟ ଭିଲା: ଅଷ୍ଟ୍ରେଲିଆର ଆଇଲାଣ୍ଡ ଇଷ୍ଟ ଭାନୁଏତାରେ ମଙ୍ଗଳବାର ଦିନ ଭୀଷଣ ଧରଣ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୩ ମାଗନିଚୁ୍ୟଡ୍ ଥିଲା । ଭାରତୀୟ ସମୟ ସକାଳ ୭ଟା ବାଜି ୧୭ ମିନିଟରେ ଭୂକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ର ୫୭ କିଲୋମିଟର ଗଭୀରରେ ରାଜଧାନୀ ପୋର୍ଟ ଭିଲାରୁ ପଶ୍ଚିମକୁ ୩୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପୀଥିଲା । ଭୂକମ୍ପ ପରେ ୫.୫ ମ୍ୟାଗନିଚୁ୍ୟଡ୍ ବିଶିଷ୍ଟ ଝଟକା ମଧ୍ୟ ଅନୁଭୂତ ହୋଇଛି । ଭୂକମ୍ପ ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳରେ ଇଣ୍ଟନେଟ ସେବା ବନ୍ଦ ହୋଇଯାଇଛି । ଯେଉଁ କାରଣରୁ ସରକାରଙ୍କ ସମସ୍ତ ୱେବସାଇଡ୍ ଅଫଲାଇନ୍ ହୋଇଯାଇଛି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଭୂକମ୍ପ ସହିତ ଜଡ଼ିତ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସ୍ତାନୀୟ ଅଞ୍ଚଳରେ ସୁନାମୀକୁ ନେଇ ସତର୍କ ସୂଚନା ଜାରି କରାଯାଇଛି । ସୁନାମୀ ପ୍ରଭାବରେ ସମୁଦ୍ରରେ ବଡ଼ ଲହରୀ ଆସୁଛି, ଯାହାର ଉଚ୍ଚତା ୧ ମିଟର ବୋଲି କୁହାଯାଉଛି । ରିପୋର୍ଟ ମୁତାବକ ଭୂକମ୍ପ ପ୍ରଭାବିତ ଇଲାକାରେ ଥିବା ଆମେରିକା, ବ୍ରିଟେନ୍ ଏବଂ ଫ୍ରୋନ୍ସର ଦୂତାବାସ ବିଲ୍ଡିଂ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଭୂକମ୍ପରେ ପ୍ରାଣହାନୀ ନେଇ କୌଣସି ସୂଚନା ନାହିଁ ।