(Video) Bed Room ଖଟରେ ଛିଡ଼ା ହୋଇ ଉତ୍ପାତ କଲା ଷଣ୍ଢ, ଆଲମାରି ଭିତରେ ଲୁଚିଲେ ମହିଳା

ଘର ଭିତରେ ପସି ଷଣ୍ଢର ତାଣ୍ଡବ । ଡରରେ ଲୁଚିଲେ ମହିଳା ।

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ବହୁଳମାତ୍ରାରେ ଶେୟାର ହେଉଥିବା ଏହି ଭିଡିଓ ୨ ଟି ଷଣ୍ଢର ।

ଭାଇରାଲ ଭିଡିଓ ଅନୁସାରେ ୨ ଟି ଷଣ୍ଢ; ଜଣଙ୍କ ଘର ଭିତରେ ପସି ଖଟ ଉପରେ ଯାଇ ଛିଡ଼ା ହୋଇଯାଇଛି ।୨ଟିଯାକ ଷଣ୍ଢ ଘର ଭିତରେ ପଶି ମଳ, ମୂତ୍ର କରିସାରିଥିବାବେଳେ ବରାହାରିବାକୁ ନାରାଜ ।

ଜଣେ ବ୍ୟକ୍ତି ରଡ୍ ଖଣ୍ଡିଏ ଧରି ଷଣ୍ଢକୁ ଘଉଡାଇବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ସେମାନେ ରୁମ ବାହାରକୁ ବାହାରୁ ନାହାନ୍ତି । ଖାଲି ସେତିକି ନୁହେଁ ବେଡରୁମରେ ହଠାତ୍ ଷଣ୍ଢ ପସିଯିବାର ଦେଖି ମହିଳା ଜଣଙ୍କ ଆଲମାରିରେ ଯାଇ ଲୁଚି ଥିବା କୁହାଯାଉଛି ।

ଷଣ୍ଢ ଡ଼ରରେ ମହିଳାଜଣକ ଆଲମାରିରେ ପସି ଚିକ୍ରାର କରୁଥିବା ଶୁଣାଯାଉଛି । ହେଲେ ଷଣ୍ଢ ଘର ଭିତରୁ ବାହାରିବାକୁ ନାରାଜ । ଖଟରେ ଷଣ୍ଢ ଛିଡ଼ା ହୋଇ ଜିନିଷପତ୍ର ଫିଙ୍ଗା ଫୋପଡ଼ା କରୁଥିବାର ନଜରକୁ ଆସିଛି ।

ଷଣ୍ଢକୁ ଘଉଡ଼ାଇବା ଲାଗି ଘର ବାହାରେ ଲୋକ ଗଦା ହୋଇଥିଲେ ସୁଦ୍ଧା ଘର ଭିତରକୁ କେହି ଯାଉ ନ ଥିବା ଦେଖିବାକୁ ମିଳିଛି ।

ତେବେ ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।