Videoରୁ ଦେଖନ୍ତୁ ମାନବିକତାର ଝଲକ… କଥା କହିପାରୁ ନ ଥିବା ଜୀବକୁ ରକ୍ଷା କରିବାକୁ ଯୁବକ ମାନିଲେନି କିଛି

ବଞ୍ଚିଛି ମଣିଷପଣିଆ । ପଶୁର ସୁରକ୍ଷା ସବୁଠୁ ଆଗରେ ।

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଘୁରିବୁଲୁଥିବା ଭିଡିଓ କିଛିମାତ୍ରାରେ ମନୋରଞ୍ଜନର ଖୋରାକ ଯୋଗାଏ । ଆଉ କିଛି ଭିଡିଓ ମନରେ ଆବେଗ ସୃଷ୍ଟି କରେ ।

ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଇନଷ୍ଟାଗ୍ରାମରେ ଯାହା ଆପଣଙ୍କ ମନକୁ ଆନ୍ଦୋଳିତ କରିବ । ଆଉ ସବୁ ପରେ ଆପଣ ଭିଡିଓରେ ଦେଖାଯାଉଥିବା ଯୁବକଙ୍କୁ ସାଧୁବାଦ୍ ଦେଇ ରହିପାରିବେ ନାହିଁ ।

ଭାଇରାଲ ହେଉଥିବା ଭିଡିଓ ଅନୁସାରେ, ଅପରିସ୍କାର ନାଳରେ ଏକ ଷଣ୍ଢ ପଡ଼ିଯାଇଛି, ହେଲେ ବାହାରି ପାରୁନି । ରକ୍ଷା କରିବାକୁ ଚିକ୍ରାର କରୁଛି ହେଲେ, ତା କଥା କେହି ଶୁଣୁ ନାହାନ୍ତି । କିଛି ଲୋକ ରାସ୍ତାରେ ଛିଡ଼ା ହୋଇ କଲବଲ ହେଉଥିବା ଷଣ୍ଢକୁ ଦେଖୁଛନ୍ତି, କିନ୍ତୁ ତା’ ଉଦ୍ଧାର ପାଇଁ କିଛି କରୁ ନାହାନ୍ତି ।

ଠିକ୍ ଏତିକି ବେଳେ ଜଣେ ଜଣେ ଯୁବକ ସିଧା ନଳା ଭିତରେ ପଶି ଷଣ୍ଢକୁ ବାହାର କରିବାକୁ ଲାଗୁଛନ୍ତି । କିନ୍ତୁ ବହୁ ଚେଷ୍ଟା ପରେ ମଧ୍ୟ ଷଣ୍ଢ ବାହାରିପାରିଲା ନାହିଁ । ଶେଷରେ ଦଉଡ଼ି ବାନ୍ଧି କିଛି ଲୋକଙ୍କ ସାହାଯ୍ୟରେ ଷଣ୍ଢକୁ ଯୁବକଜଣକ ନଳାରୁ ବାହାର କରୁଥିବା ଦେଖିବାକୁ ମିଳିଛି ଭିଡିଓରେ ।

ଭାଇରାଲ ଭିଡିଓକୁ ଦେଖି ଯୁବକଙ୍କୁ ସୋସିଆଲ ମିଡିଆ ୟୁଜର୍ସ ପ୍ରଶଂସା କରିଛନ୍ତି ।