fbpx

(Video) ଟ୍ରେନର ସିଟରେ ଷଣ୍ଢକୁ ବାନ୍ଧିଲେ ଯାତ୍ରୀ: କହିଲେ -‘ ଭାଇ, ସାହିବଗଞ୍ଜରେ ଓହ୍ଲାଇ ଦେବ’

ନୂଆଦିଲ୍ଲୀ: ଟ୍ରେନରେ ଲୋକମାନେ ନିଜ ସହ ପାଳିତ ପଶୁମାନଙ୍କୁ ନେଇ ଯାତ୍ରା କରିବାର ତ ଆପଣମାନେ ନିଶ୍ଚିତ ଦେଖିଥିବେ । କିନ୍ତୁ ଆପଣ କେବେ ଷଣ୍ଢକୁ ଟେନ୍ରରେ ଯାତ୍ରା କରୁଥିବାର ଦେଖିଛନ୍ତି କି? ଯେପରି ଖୁଣ୍ଟରେ ଗାଈ, ଗୋରୁଙ୍କୁ ବନ୍ଧାଯାଏ, ସେହିପରି କିଛି ଲୋକ ଟ୍ରେନରେ ଷଣ୍ଢକୁ ଚଢ଼ାଇ ସିଟରେ ବାନ୍ଧିଦେଇଥିଲେ । ଏହିି ମାମଲା ବିହାରରଭାଗଲପୁର ଜିଲ୍ଲାର, ଯେଉଁଠାରେ ଟ୍ରେନ ଭିତରେ ଷଣ୍ଢକୁ ଦେଖିବାକୁ ମିଳିଥିଲା । ଟ୍ରେନ ଭିତରେ ଥିବା କିଛି ଲୋକ ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବଗିରେ ଉପସ୍ଥିତ ଜଣେ ବ୍ୟକ୍ତି କହିଛନ୍ତି ଯେ, ମିର୍ଜାଚୌକିରୁ ସାହିବଗଞ୍ଜକୁ ଯିବାବେଳେ ଏହି ଘଟଣା ଦେଖିବାକୁ ମିଳିଛି । କୁହାଯାଉଛି ଯେ ମିର୍ଜାଚୌକି ରେଳ ଷ୍ଟେସନରେ କିଛି ଅଜ୍ଞାତ ବ୍ୟକ୍ତି ସ୍ଥାନୀୟ ଯାତ୍ରୀଙ୍କ ଟ୍ରେନ୍ ଭିତରେ ଷଣ୍ଢକୁ ବାନ୍ଧିଥିଲେ ।

ଭାଗଲପୁର ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଭିଡିଓ ଭାଗଲପୁରର କାହଲଗାଓଁ ସବଡିଭିଜନରେ ଅବସ୍ଥିତ ମିର୍ଜାଚୌକି ରେଳ ଷ୍ଟେସନର ବୋଲି କୁହାଯାଉଛି, ଯେଉଁଠାରେ ଲୋକଙ୍କ ପରିବର୍ତ୍ତେ ଟ୍ରେନରେ ଷଣ୍ଢକୁ ବାନ୍ଧି ଦିଆଯାଇଥିଲା । ଲୋକମାନେ ବନ୍ଧା ହୋଇଥିବା ଷଣ୍ଢକୁ ଦେଖିବା ମାତ୍ରେ ସେହି ବଗି ଖାଲି କରି ଅନ୍ୟ ଏକ ବଗିକୁ ଚାଲିଯାଇଥିଲେ ।

ଯାତ୍ରୀମାନେ କହିଛନ୍ତି ଯେ, ମିର୍ଜାଚୌକି ରେଲୱେ ଷ୍ଟେସନରେ ୧୦ରୁ ୧୨ ଜଣ ଲୋକ ଷଣ୍ଢକୁ ଯାତ୍ରୀବାହୀ ଟ୍ରେନରେ ଚଢ଼ାଇଦେଇଥିଲେ । ଏହା ସହ ଷଣ୍ଢକୁ ସାହିବଗଞ୍ଜରେ ଓହ୍ଲାଇ ଦେବ ବୋଲି ସେମାନେ ଟ୍ରେନଯାତ୍ରୀଙ୍କୁ କହିଥିଲେ । ଏହି ଘଟଣାକୁ ନେଇ ଲୋକମାନେ ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ।

Get real time updates directly on you device, subscribe now.