fbpx

ବ୍ରିଟେନ ସଂସଦରେ ଉଠିଲା ବୁଲଡୋଜର ପ୍ରସଙ୍ଗ, ଏମିତି ଜବାବ ରଖିଲେ କେନ୍ଦ୍ର ମନ୍ତ୍ରୀ ରିଜିଜୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଚାଲିଲା ବୁଲଡୋଜର । ଆଉ ଏହାର ସ୍ଵର ଶୁଣିବାକୁ ମିଳିଛି ବ୍ରିଟେନ ସଂସଦରେ । ଉତ୍ତର ପ୍ରଦେଶରେ ଅପରାଧୀଙ୍କୁ ସାବାସ କରିବା ପାଇଁ ଯୋଗୀ ଆଦିତ୍ୟନାଥ ସରକାର ବୁଲଡୋଜରକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରିଛନ୍ତି । ଏହି ପ୍ରସଙ୍ଗକୁ ନର୍ଟିଂଘମ ଇଷ୍ଟରୁ ସାଂସଦ ବ୍ରିଟେନ ସଂସଦରେ ଉଠାଇଛନ୍ତି। ଭାରତରେ ମୋଦୀ ସରକାର ମୁସଲମାନଙ୍କ ଘର ଏବଂ ଦୋକାନ ଭାଙ୍ଗିବା ପାଇଁ ଜେସିବି ମେସିନର ବ୍ୟବହାର କରୁଥିବା ସେ କହିଛନ୍ତି। ବ୍ରିଟେନ୍ ସାଂସଦଙ୍କ ଏହି ଟିପ୍ପଣୀ ଉପରେ ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ କିରିଣ ରିଜିଜୁ।

ସେ ଟୁଇଟ୍ କରି କହିଛନ୍ତି, ମୁଁ ଯୁବ ବ୍ରିଟିଶ ସାଂସଦଙ୍କୁ ଦୋଷ ଦେଉ ନାହିଁ ଯିଏ ସତ୍ୟତା ବିଷୟରେ ଅଜ୍ଞ ଏବଂ ଭାରତର ନକରାତ୍ମକ ଛବି ସଂସଦରେ ଉପସ୍ଥାପନ କରୁଛନ୍ତି। ଦୋଷ ହେଉଛି ଟୁକଡେ ଟୁକଡେ ଗ୍ୟାଙ୍ଗର, ଯାହାଙ୍କ ନକରାତ୍ମକ ଅଭିଯାନର ପରିଣାମ। ଏହି ଗ୍ୟାଙ୍ଗର ଉଦ୍ଦେଶ୍ୟ ଦେଶକୁ ବଦନାମ କରିବା। ନରେନ୍ଦ୍ର ମୋଦୀ ସରକାର ଦେଶରେ ଆଇନ କାନୁନକୁ ବିଶ୍ଵାସ କରନ୍ତି।

ଉଲ୍ଲେଖନୀୟ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ନିକଟରେ ଭାରତ ଗସ୍ତ କରିଥିଲେ। ସେ ଗୁଜରାଟ ଯାତ୍ରାରେ ସେଠାକାର ଏକ ଜେସିବି ମେସିନ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ଜେସିବି ଉପରେ ଚଢି ଫଟୋ ମଧ୍ୟ ଉଠାଇଥିଲେ। ଏହା ପରଠୁ ବ୍ରିଟେନରେ ମଧ୍ୟ ବୁଲଡୋଜରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

ବ୍ରିଟିଶ ସାଂସଦ କହିଛନ୍ତି, ବୋରିସ ଜନସନ ନିଜର ଭାରତ ଯାତ୍ରା ସମୟରେ ଜେସିବି ସହ ଫଟୋ ଉଠାଇଲେ। କଣ ବୋରିସ ଜନନସ ମୋଦୀଙ୍କ ସାମ୍ନାରେ ଜେସିବିରେ ଘର ଭଙ୍ଗା ଯାଉଥିବା ପ୍ରଶ୍ନ ଉଠାଇଥିଲେ ନା ନାହିଁ ବୋଲି ପଚାରିଛନ୍ତି ସାଂସଦ। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଅପରାଧୀଙ୍କ ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ବୁଲଡୋଜରର ସାହାରା ନେଇଛନ୍ତି।

Get real time updates directly on you device, subscribe now.