fbpx

ଏହି ବ୍ୟାଙ୍କରେ ବାହାରିଲା ବମ୍ପର ନିଯୁକ୍ତି: ଜାଣନ୍ତୁ କ’ଣ ରହିଛି ଯୋଗ୍ୟତା

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଅଫିସର ଏବଂ ମ୍ୟାନେଜମେଣ୍ଟର କେତେକ ପଦରେ ନିଯୁକ୍ତି ସୁଯୋଗ ଆଣିଛି। ଯେଉଁମାନେ ଏହି ପଦଗୁଡ଼ିକରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ PNBର ଅଫିସିଆଲ ୱେବସାଇଟ pnbindia.in କୁ ଯାଇ ଏହି ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ କରି ପାରିବେ। କହି ରଖୁଛୁ, ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୦୩ ପଦ ପୂରଣ କରାଯିବ। ଆଶାୟୀମାନେ ଧ୍ୟାନ ରଖନ୍ତୁ ଯେ ଆବେଦନ କରିବାର ଶେଷ ତାରିଖ ରହିଛି ଅଗଷ୍ଟ ୩୦।

ପଦର ବିବରଣୀ

ମୋଟ ପଦ: ୧୦୩

ଅଫିସର (ଅଗ୍ନି ସୁରକ୍ଷା): ୨୩ ପଦ

ମ୍ୟାନେଜର (ସୁରକ୍ଷା): ୮୦ ପଦ

ବୟସ ସୀମା: ଏହି ପଦରେ ଆବେଦନ କରିବାକୁ ହେଲେ ଆଶାୟୀମାନଙ୍କ ବୟସ ୨୧ରୁ ୩୫ ବର୍ଷ ଭିତରେ ହେବା ଉଚିତ।

ଯୋଗ୍ୟତା ମାନଦଣ୍ଡ: ଏହି ପଦଗୁଡ଼ିକରେ ଆବେଦନ କରିବା ପୂର୍ବରୁ ଆଶାୟୀମାନେ ଯୋଗ୍ୟତା ମାନଦଣ୍ଡ ଜାଣିବା ପାଇଁ ଅଫିସିଆଲ ୱେବସାଇଟରେ ଜାରି ନୋଟିଫିକେସନ ଯାଞ୍ଚ କରି ପାରିବେ।

Get real time updates directly on you device, subscribe now.