fbpx
BJD SKY
BJD SKY

ଯାଞ୍ଚ କରିବା ପାଇଁ ଲୋକଙ୍କ ଶରୀରରୁ କାହିଁକି କପଡା କାଢ଼ୁଛନ୍ତି ପୋଲିସ, ଜାଣନ୍ତୁ ଏହି ଘଟଣା ପଛର କାରଣ…….

BJD

ଲଣ୍ଡନ: ସୋମବାର ପ୍ରକାଶିତ ଏକ ନୂତନ ତଥ୍ୟ ଅନୁସାରେ ଲଣ୍ଡନ ପୋଲିସ ଦ୍ୱାରା କରାଯାଉଥିବା ଏକ ଘଟଣାର ସୂଚନା ବର୍ତ୍ତମାନ ସାମ୍ନାକୁ ଆସିଛି । ଦେଶରେ ନିଶା ନିବାରଣ ରୋକିବା ପାଇଁ ଲଣ୍ଡନ ପୋଲିସ ଯେଉଁ କଡା ପଦକ୍ଷପ ନେଇଛି ତାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ମିଳିଥିବା ସୂଚନା ଅନୁସାରେ ଗତଦୁଇ ବର୍ଷରେ ୬୦୦ରୁ ଅଧିକ ପିଲାଙ୍କ ପୋଷାକ କାଢ଼ି ଯାଞ୍ଚ କରାଯାଇଛି । ତେବେ ପୋଲିସ ଦ୍ୱାରା ଯେଉଁ କାର୍ଯ୍ୟ କରାଯାଇଛି ତାହାକୁ କେତେକ ସାମାଜିକ ସଙ୍ଗଠନ ଦୃଢ଼ ବିରୋଧ କରିବା ସହିତ ନିନ୍ଦା ମଧ୍ୟ କରିଛନ୍ତି । ଯାଞ୍ଚରେ ଏଥିରେ ଅଧିକାଂଶ କୃଷ୍ଣାଙ୍ଗ ଥିଲେ ବୋଲି ମଧ୍ୟ ସୂଚନା ମିଳିଛି ।

 

ଏହି ଘଟଣାରେ ଇଂଲଣ୍ଡର ଶିଶୁ କମିଶନ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଶିଶୁ କମିଶନର ରାହେଲ ଡିସୁଜା କହିଛନ୍ତି ଯେ ମହାନଗର ନିଗମ ପୋଲିସରୁ ମିଳିଥିବା ଆକଳନ ବର୍ତ୍ତମାନ ତାଙ୍କୁ ସ୍ତବ୍ଧ କରିଛି । ତେବେ ଏହି ଘଟଣାରେ ପୋଲିସ ସର୍ବପୋଲିସ ଫୋର୍ସକୁ ଭୁଲ ମାଗିବାକୁ ବାଧ୍ୟ କରିଛନ୍ତି । ତେବେ ଏହି ଘଟଣା ପରେ ଏହି ମାମଲାରେ ୪ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ତଦନ୍ତ ମଧ୍ୟ କରାଯାଇଛି । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେ ବେଳେ ଲଣ୍ଡନର ଶିଶୁ କମିଶନ ଲଣ୍ଡନ ପୋଲିସକୁ ଏହି ତଥ୍ୟ ମାଗିଥିଲେ ।
ସୂଚନାଅନୁସାରେ ୨୦୨୦ରେ ଜଣେ ୧୫ ବୟସ୍କା କୃଷ୍ଣାଙ୍ଗ ଛାତ୍ରୀଙ୍କର ଯାଞ୍ଚ କରାଯାଇଥିଲା । ଛାତ୍ରୀ ଜଣକଙ୍କର ମାସିକିଆ ଋତୁ ସ୍ରାବ ହୋଇଥିଲା । ସେ ବାରମ୍ବାର ମନା କରିବା ସତ୍ତେ୍ୱ ତାଙ୍କୁ ଜୋର ଜବରଦସ୍ତ କପଡା କଢ଼ାଯାଇଥିଲା । ପୋଲିସ ଗଞ୍ଜେଇ ନେବା ଅଭିଯୋଗରେ ତାଙ୍କୁ ଯାଞ୍ଚ କରିଥିଲା । ଏହା ସହିତ ଯାଞ୍ଚ ସମୟରେ କୌଣସି ବୟସ୍କ ବ୍ୟକ୍ତି ମଧ୍ୟ ଉପସ୍ଥିତ ନଥିଲେ ।

ସୂଚନା ଅନୁସାରେ ୨୦୧୮ ରୁ ୨୦୨୦ ମଧ୍ୟରେ ୧୭ ରୁ ୧୭ ବର୍ଷ ବର୍ଗରେ ମୋଟ ୬୫୦ ଜଣଙ୍କର ଷ୍ଟ୍ରିପ ସର୍ଚ୍ଚ କରିଥିଲା ପୋଲିସ । ସେମାନଙ୍କ ମଧ୍ୟରେ ୯୫ ପ୍ରତିଶତରୁ ଅଧିକ ବାଳକ ଏବଂ ୫୮ ପ୍ରତିଶତ କୃଷ୍ଣାଙ୍ଗ ଥିଲେ ।ତେବେ ପ୍ରତିବର୍ଷ ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଉ ପିଲାମାନେ ଏଭଳି ଅସଦାଚରଣର ଶୀକାର ହେଉଛନ୍ତି ।
ତେବେ ଏହି ଘଟଣାରେ ଲଣ୍ଡନର ମେୟର ମଧ୍ୟ ପୋଲିସକୁ ସମାଲୋଚନା କରିଛନ୍ତି । ଖାନଙ୍କ ମୁଖପାତ୍ର କହିଛନ୍ତି ଯେ ବୟସ୍କଙ୍କ ଉପସ୍ଥିତି ବିନା ପିଲାମାନଙ୍କୁ ଏହଳି ତଳାସୀ କରାଯିବା ବାସ୍ତବରେ ନିନ୍ଦନୀୟ ଅଟେ ।

Get real time updates directly on you device, subscribe now.