fbpx

DRDOର ଅନେକ ପୋଷ୍ଟରେ ବମ୍ପର ନିଯୁକ୍ତି, ଶେଷ ତାରିଖ ପୂର୍ବରୁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ୪୧ ଟି ପଦ ପାଇଁ ନିଯୁକ୍ତି ବାହାର କରିଛି । ଯେଉଁଥିପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟ୍ ଯାଇ ଆବେଦନ କରିପାରିବେ ।

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯାହା ଅନୁଯାୟୀ ଆପ୍ରେଣ୍ଟିସ୍ ପଦବୀଗୁଡ଼ିକ ପୂରଣ ହେବ ।

ଯେଉଁଥି ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୦ ଏପ୍ରିଲ୍ ।

ଏହି ଅଭିଯାନ ମାଧ୍ୟମରେ ସମୁଦାୟ ୪୧ ଟି ଆପ୍ରେଣ୍ଟିସ୍ ପୋଷ୍ଟ ପୂରଣ ହେବ । ସେଥିମଧ୍ୟରୁ ୧୧ ଟି ପୋଷ୍ଟ ଡିପ୍ଲୋମା ପାଇଁ ଏବଂ ୩୦ ଟି ପୋଷ୍ଟ ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ପାଇଁ ରହିଛି ।

ପ୍ରାର୍ଥୀମାନେ ଆପ୍ରେଣ୍ଟିସ୍ ଭାବେ କାମ କରିବା ପାଇଁ ବିଇ / ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ ।

ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ପଦ ପାଇଁ ମନୋନୀତ ପ୍ରାର୍ଥୀମାନେ ଷ୍ଟାଇପେଣ୍ଡ୍ ଭାବରେ ୧୨,୦୦୦ ଟଙ୍କା ପାଇବେ । ଯେତେବେଳେ କି ଡିପ୍ଲୋମା ଆପ୍ରେଣ୍ଟିସ୍ ୧୦,୦୦୦ ଟଙ୍କା ପାଇବ ।

ଇଣ୍ଟରଭ୍ୟୁ ଆଧାରରେ ପ୍ରାର୍ଥୀ ଚୟନ କରାଯିବ:-

ଆବେଦନ କରିବାକୁ, ପ୍ରାର୍ଥୀମାନେ ଜାତୀୟ ଆପ୍ରେଣ୍ଟିସିପ୍ ଟ୍ରେନିଂ ସ୍କିମ୍ ପୋର୍ଟାଲ୍ https://nats.education.gov.inକୁ ଯାଇ ପଞ୍ଜୀକୃତ କରନ୍ତୁ । ତା’ପରେ ଡକ୍ୟୁମେଣ୍ଟ୍ ସହିତ ଭରାଯାଇଥିବା ଆବେଦନ ଫର୍ମକୁ [email protected]କୁ ମେଲ୍ କରନ୍ତୁ ।

 

Get real time updates directly on you device, subscribe now.