ସୁଝି ପାରିଲେନି ଋଣ, ଗାଡ଼ି ଭିତରେ ଆତ୍ମହତ୍ୟା କରିଦେଲେ ପରିବାରର ୭ ଲୋକ

ଗାଡ଼ି ଭିତରେ ପଡ଼ିଛି ଗୋଟିଏ ପରିବାରର ୭ ମୃତଦେହ।

ହରିୟାଣା: ଘଟିଯାଇଛି ଛାତି ଥରେଇଦେଲା ଭଳି ଘଟଣା।  ଆପଣ ବି ଏହି ଘଟଣା ଶୁଣିଲେ ଆପଣଙ୍କ ଛାତି ବି ଥରି ଉଠିବ।  କାରଣ ଘଟଣାଟି ହିଁ ସେମିତି। ଗାଡ଼ି ଭିତରେ ପଡ଼ିଛି ଗୋଟିଏ ପରିବାରର ୭ ମୃତଦେହ।

ସେମାନଙ୍କୁ କେହି ମାରି ଗାଡ଼ି ଭିତରେ ରଖି ନାହାନ୍ତି। ବରଂ ପୁରା ଡ ପରିବାର ନିଜ ଇଚ୍ଛାରେ ମରିଛନ୍ତି। ଅର୍ଥାତ୍ ବିଷ ପିଇ ଗାଡ଼ି ଭିତରେ ଆତ୍ମହତ୍ୟା କରିଛନ୍ତି ଗୋଟିଏ ପରିବାରର ୭ ଜଣ ସଦସ୍ୟ।

ଆଉ ପରେ ଘଟଣା ଜଣା ପଡ଼ିବା ପରେ ପୋଲିସ ଆସି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି। ହଂ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି ହରିୟାଣାର ପଞ୍ଚକୁଲା ଅଞ୍ଚଳରେ।

ଡେରାଡୁନର ଗୋଟିଏ ପରିବାର ପଞ୍ଚକୁଲା ଆସିଥିଲେ। ହେଲେ ସୂଚନାନୂସାରେ ପରିବାର ମୁଣ୍ଡ ଉପରେ ଥିଲା ଋଣ ବୋଝ। ତେଣୁ ଋଣ ସୁଝି ନପାରି ପୁରା ପରିବାର ବିଷ ପିଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଗାଡ଼ି ଭିତରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି ପୋଲିସ।