fbpx

କର୍ପୁର ସହ ମିଶାଇ ଜାଳନ୍ତୁ ଏହି ଜିନିଷ, ଦୂରେଇଯିବ ଆର୍ଥିକ ସଂକଟ, ଶତ୍ରୁର କୁଦୃଷ୍ଟିରୁ ମିଳିବ ମୁକ୍ତି

ଓଡ଼ିଶା ଭାସ୍କର: ଇଶ୍ୱର ହେଉଛନ୍ତି ସକଳ ଶକ୍ତିର ଆଧାର । ତେଣୁ ତାଙ୍କ ଧ୍ୟାନ ଏବଂ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ଦେଖାଯାଉଥିବା ସମସ୍ତ ସମସ୍ୟ ଦୂରେଇଥାଏ । ସାଧାରଣତଃ କୌଣସି ପୂଜା ସମୟରେ ଆଳତିରେ କର୍ପୁର ବ୍ୟବହାର ହୋଇଥାଏ । କିନ୍ତୁ ଜ୍ୟୋଜିଷ ଶାସ୍ତ୍ରରେ କର୍ପୁର ସହ ଲବଙ୍ଗ ମିଶାଇ ଜାଳିବା ଦ୍ୱାରା ଶୁଭ ହୋଇଥାଏ । ବିଶେଷ କରି ଶନିବାର ଦିନ ଏହି ଉପାୟ କରିବା ଅତ୍ୟନ୍ତ ଲାଭଦାୟକ ଅଟେ ।

୧. ଶନିବାର ଦିନ ଲବଙ୍ଗ ଏବଂ କର୍ପୁର ମିଶାଇ ଜାଳିଇଲେ ଘରୁ ନକାରାତ୍ମକ ଶକ୍ତି ଦୂରେଇବା ସହ ସକାରାତ୍ମକତା ବୃଦ୍ଧି ପାଇଥାଏ । ଏହା ଦ୍ୱାରା ଘରର ସୁଖ ଶାନ୍ତି ବୃଦ୍ଧି ପାଇବା ସହ ସମସ୍ତ ସମସ୍ୟା ଦୂରେଇ ଥାଏ ।

୨. ଜୀବନରେ ଆର୍ଥିକ ସମସ୍ୟା ରହିଥିଲେ ଏହି ଉପାୟ କରିବା ଫଳପ୍ରଦ ହୋଇଥାଏ । ଶନିବାର ରାତିରେ ଏକ ରୂପା ଗିନାରେ କିଛି ଲବଙ୍ଗ ଏବଂ କର୍ପୁର ଜାଳନ୍ତୁ । ଏହି ଉପାୟ ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।

୩. ଆପଣଙ୍କ ଘରେ ସବୁବେଳେ କଳି ଝଗଡ଼ା କିମ୍ବା ଅଶାନ୍ତି ଲାଗି ରହୁଥିଲେ ଏହି ଉପାୟ ବେଶ ପ୍ରଭାବି ଅଟେ । ପ୍ରତ୍ୟେକ ଶନିବାର ଲବଙ୍ଗ ଏବଂ କର୍ପୁର ଜାଳନ୍ତୁ । ଏହାର ଆଳତି ସବୁ କକ୍ଷରେ ଦିଅନ୍ତୁ । ଦେଖିବେ ଧିରେ ଧିରେ ସବୁ ସମସ୍ୟା ଦୂରେଇ ଯିବ ।

୪. ଅଧିକାଂଶ ସମୟରେ ପରିବାର ମଧ୍ୟରେ କିଛି ସଦସ୍ୟଙ୍କ ସ୍ଥାସ୍ଥ୍ୟ ସବୁବେଳେ ଖରାପ ହୋଇଥାଏ । ନିୟମିତ ସଂଧ୍ୟାରେ ଘରେ କର୍ପୁର ଏବଂ ଲବଙ୍ଗ ମିଶ୍ରିତ ଆଳତୀ କରନ୍ତୁ । ଏହା ଦ୍ୱାରା ଘର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ୍ ରହିଥାଏ ।

୫. ଶନିବାର ରାତିରେ ଘରେ ଲବଙ୍ଗ ଏବଂ କର୍ପୁର ଜାଳିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ପରିବାର ସଦସ୍ୟଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ସବୁବେଳେ ରହିଥାଏ । ବ୍ୟକ୍ତିର ଜୀବନରେ ଅର୍ଥାଭାବ ଦେଖାଯାଏ ନାହିଁ ।

୬. ଶତ୍ରୁ ସବୁବେଳେ ଅନ୍ୟ ବ୍ୟକ୍ତିର ଖରାପ ହିଁ ଚାହିଁଥାନ୍ତି । ଆପଣଙ୍କ ଏମିତି କେହି ଶତ୍ରୁ ଥିଲେ ଶନିବାର ଦିନ ଘରେ ଲବଙ୍ଗ ଏବଂ କର୍ପୁର ଜାଳନ୍ତୁ । ଏହା ଦ୍ୱାରା ଶତ୍ରୁଙ୍କ ଖରାପ ପ୍ରଭାବରୁ ଆପଣ ରକ୍ଷା ପାଇପାରିବେ ।

Get real time updates directly on you device, subscribe now.