ଦଶପାଲ୍ଲା: ଆଜିକାଲି ରାସ୍ତାଘାଟରେ ଦୁର୍ଘଟଣା ଏକ ସାଧାରଣ କଥା ହୋଇଗଲାଣି । ଗାଡ଼ି ଚାଳନାରେ ସାମାନ୍ୟ ବ୍ୟତିକ୍ରମ ବା ଅନ୍ୟମନସ୍କ କାରଣରୁ ବିଭିନ୍ନ ସମୟରେ ବଡ଼ ବଡ଼ ଦୁର୍ଘଟଣା ଘଟୁଛି । ଫଳରେ ଅନେକ ଲୋକେ ମୃତାହତ ହେଉଥିବା ବେଳେ କିଛି ଲୋକ ଗୁରୁତର ଆହତ ହେଉଛନ୍ତି । ପୂର୍ବରୁ ଏହିପରି ଅନେକ ସଡକ ଦୁର୍ଘଟଣା ଖବର ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସେହିପରି ଏକ ଖବର ସାମ୍ନାକୁ ଆସିଛି । ଯାହାକି ଦଶପାଲ୍ଲା ଅଞ୍ଚଳର ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ଦଶପାଲ୍ଲା ଅନ୍ତର୍ଗତ ବାଣୀଗୋଚ୍ଛା ନିକଟରେ ରେ ଏକ ସେବାସଦନ ବସ୍ ଜଳିଯାଇଛି । ଫଳରେ ସେଥିରେ ଉପସ୍ଥିତ ଥିବା ରୋଗୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ତେବେ ବସଟି ୨୦ ଜଣ ରୋଗୀଙ୍କୁ ନେଇ ହରଭଙ୍ଗା ଅଭିମୁଖେ ଯାତ୍ରା କରୁଥିୁବା ବେଳେ ଏଭଳି ଏକ ଅଭାବବନୀୟ ଘଟଣା ଘଟିଥିବା ଜଣାପଡିଛି । କବର ମୁତାବକ ବସଟି କୌଣସି କାରଣରୁ ଭାରସ୍ୟାମ ହବରାଇ ଡିଭାଡରରେ ପିଟି ହୋଇଯାଇଛିଲା । ଯାହାଫଳରେ ବସଟି ସେହିଠାରେ ହିଁ ଜଳି ଉଠିଥିଲା ।
ବସରେ ନିଆଁ ଲାଗିବା ପରେ ସେଥିରେ ଥିବା ୨୦ ଗୋରୀ ଭୟବିତ ହେବା ସହ ଚିକ୍ରାର ମଧ୍ୟ କରିଥିଲେ । ଯାହାଫଳରେ ସେଠାରେ ଥିବା ଲୋକମାନେ ଦମକଳବାହୀନିକୁ ଫୋନ କରିବା ସହ ରୋଗୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ତେଣୁ ଏହି ଘଟଣାର ଖବର ପାଇ ପୋଲିସ ଓ ଅଗ୍ନିଶମ ବାହୀନ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ ସମସ୍ତ ଗୋରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଏବଂ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛ ।
ଅନ୍ୟପକ୍ଷେ ଏହି ଘଟଣାରେ ପୋଲିସ ଏକ ମାମାଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିବା ସହ ବସ ଟ୍ରାଇଭର ଏବଂ ହେଲପରକୁ ଖୋଜୁଛି । ତେବେ ଟିକିଏ ଅନ୍ୟମନସ୍କ ଏବଂ ଅସାବଧାନତା କାରଣରୁ ବିଭିନ୍ନ ସମୟରେ ଅନେକ ଲୋକଙ୍କ ଜୀବନ ହାନୀ ହେଉଛି । ଏଥିସହିତ ଏହିଦୁର୍ଘଟଣା କାରଣରୁ ଅନେକ ଲୋକଙ୍କ ପରିବାର ମଧ୍ୟ ଉଜୁଡି ଯାଉଛି । ଅନ୍ୟପକ୍ଷେ ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଦୁର୍ଘଟଣା ଥମିବାର ନାଁ ନେଉନାହିଁ । ଯାହାକି ବର୍ତ୍ତମାନ ସରକାରଙ୍କ ପାଇଁ ଏକ ମୁଣ୍ଡବିନ୍ଧାର କାରଣ ସାଜିଛି ।