fbpx

୨ ବର୍ଷର ଶିଶୁ ଉପରେ ଚଢିଗଲା ବସ୍; ଚମ୍ପଟ ମାରିଲା ଡ୍ରାଇଭର

Advertisement

ନୂଆଦିଲ୍ଳୀ: ଦୁଇ ବର୍ଷର ବାଳିକା ଉପରେ ଚଢିଗଲା ସ୍କୁଲ ବସ୍ । ବସ ଚଢିଯିବା ଫଳରେ ଘଟଣାସ୍ଥଳରେ ଶିଶୁଟିର ପ୍ରାଣହାନି ଘଟିବା କାରଣରୁ ଡ୍ରାଇଭର ଚଳନ୍ତା ଗାଡିରେ ୧୨ ଶିଶୁଙ୍କୁ ଛାଡି ଫେରାର ହୋଇ ଯାଇଥିଲା । ମଧ୍ୟପ୍ରଦେଶର ବାରୱାନି ଜିଲ୍ଲାରେ ଏହି ଘଟଣା ଘଟିଥିଲା । ଗୁରୁବାର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାରୱାନି ଅନ୍ତର୍ଗତ ଗନ୍ଧୱାଲ ଗ୍ରାମରେ ଏହି ଘଟଣା ଘଟିଥିଲା ।

୨ ବର୍ଷର ଏହି ବାଳିକାଟି ନିଜ ପିତାଙ୍କ ପଛେ ପଛେ ଆସୁଥିବା ବେଳେ ବସ ଚକା ତଳେ ପ୍ରାଣ ଯାଇଥିଲା । ନିଜ ବଡପୁଅକୁ ସ୍କୁଲ ବସରୁ ନେବା ପାଇଁ ଆସୁଥିବା ବେଳେ ୨ ବର୍ଷର ୟଶିକା ରାଠୋଡ ତାଙ୍କ ପଛରେ ଆସିଥିଲା । ତେବେ ବସ୍ ସାମ୍ନାରେ ଝିଅଟି ରହିଥିବା ବେଳେ ନଦେଖି ଡ୍ରାଇଭର ଗାଡି ଚଢାଇ ଦେଇଥିଲା । ଲୋକ ଚିଲାଇବାରୁ ଚଳନ୍ତା ବସରୁ ଚମ୍ପଟ ମାରିଥିଲା ଡ୍ରାଇଭର ।

Get real time updates directly on you device, subscribe now.